ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଥାନାରେ ଏତଲା ଦେଲେ ଆଇନ୍‌ଜୀବୀ, ଗଣମାଧ୍ୟମକୁ ଏମିତି ଦେଲେ ପ୍ରତିକ୍ରିୟା

ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଥାନାରେ ଏତଲା ଦେଲେ ଆଇନ୍‌ଜୀବୀ, ଗଣମାଧ୍ୟମକୁ ଏମିତି ଦେଲେ ପ୍ରତିକ୍ରିୟା

ଭୁବନେଶ୍ବର: ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ୫ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ ବିରୁଦ୍ଧରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ଥାନାରେ ଏତଲା ହୋଇଛି। ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୁଧୀର ଚରଣ ମହାନ୍ତି ଏହି ଏତଲା ଦେଇଛନ୍ତି।

ଶ୍ରୀ ମହାନ୍ତି, ଥାନାର ଦ୍ବାରସ୍ଥ ହୋଇ କହିଛନ୍ତି, ଭିକେ ପାଣ୍ଡିଆନ୍‌ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଖଣି ମାଫିଆ ତଥା ଜମି ମାଫିଆ ଓ ପାଣି ମାଫିଆଙ୍କ ଠାରୁ ସେ ଶହଶହ କୋଟି ଟଙ୍କା ନେଇ ଖର୍ଚ୍ଚ କରୁଥିଲେ। ପାଣ୍ଡିଆନଙ୍କ ଯୋଗୁଁ ଏ ଦେଶ ପଛେଇ ଯାଇଛି। ସେ ଦିନକୁ ଆଗେଇବା ପାଇଁ ବହୁତ ଦିନ ଲାଗିଯିବ। ଏଭଳି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ମକଦମା କଲି ଏବଂ ସବୁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କଲି। କେମିତି ଚାଟାର୍ଡ ବିମାନରେ ବୁଲୁଥିଲେ ତାର କୌଣସି ତଥ୍ୟ ସରକାରୀ ଦପ୍ତରରେ ମିଳୁ ନାହିଁ। ସରକାର ଚାହିଁଲେ ବିନା ଅନୁମତିରେ ସରକାରୀ ଅର୍ଥକୁ ଯେଉଁ ଅପବ୍ୟୟ କରିଛନ୍ତି ତା ଉପରେ କ୍ରାଇମ୍ ବ୍ରାଞ୍ଚ କିମ୍ବା ପୁଲିସକୁ ତଦନ୍ତ ପାଇଁ ଲଗାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe