ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

Advertisment
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଫେସବୁକ୍ ପେଜରେ ଭାଇରାଲ କରିଛନ୍ତି। ସେ ଗର୍ଭଗୃହର ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକ୍ ପେଜ୍ରେ ଅପଲୋଡ କରିଛନ୍ତି। ଗୁପ୍ତ କ୍ୟାମେରା କିମ୍ବା ମୋବାଇଲରେ ଭିଡିଓ ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଆକାଶ ଚୌଧୁରୀଙ୍କ ଫେସବୁକ୍ ପେଜ୍ ବଙ୍ଗଳା ଭାଷାରେ ଲେଖାଯାଇଛି। ତେଣୁ ସେ ପଶ୍ଚିମବଙ୍ଗ ନିବାସୀ ବୋଲି ଅନୁମାନ କରାଯାଉଛି। ଆକାଶ ଜଣେ ୟୁ-ଟ୍ୟୁବର ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ପୂର୍ବରୁ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe