ଦିବ୍ୟାଙ୍ଗଙ୍କୁ ହତ୍ୟା ଧମକ: ବିଧାୟକଙ୍କ ବିରୋଧରେ ମାମଲା

ଦିବ୍ୟାଙ୍ଗଙ୍କୁ ହତ୍ୟା ଧମକ: ବିଧାୟକଙ୍କ ବିରୋଧରେ ମାମଲା

ଧର୍ମଗଡ଼ : ଜଣେ ଦିବ୍ୟାଙ୍ଗଙ୍କୁ ହତ୍ୟା ଧମକ ଅଭିଯୋଗରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କଳାହାଣ୍ଡିର ଧର୍ମଗଡ଼ ଥାନାରେ ମାମଲା ରୁଜ୍ଜୁ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ଗତ ୨୪ ତରିଖ ଦିନ ନନ୍ଦଗାଁ ପେକ୍ସ ତରଫରୁ ବୋଡ଼େନ ଗ୍ରାମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ମିଶ୍ରଙ୍କ ଭାଷଣକୁ ବିରୋଧ କରି ଜଣେ ଦିବ୍ୟାଙ୍ଗ ଟଙ୍କଧର ଖର୍ସେଲ ଟିପ୍ପଣୀ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଧାୟକ ଶ୍ରୀ ମିଶ୍ର ହତ୍ୟ ଧମକ ଦେଇଥିଲେ ବୋଲି ଶ୍ରୀ ଖର୍ସେଲ୍‌ ଥାନାରେ ଅଭିଯୋଗ କରିଛନ୍ତି। ଧର୍ମଗଡ଼ ପୁଲିସ ଥାନା କେସ୍‌ ନଂ ୧୫୯ରେ କେସ୍‌ ରଜୁ କରି ତଦନ୍ତ ଜାରି ରହିଛି ବୋଲି ପୁଲିସ ଅଧିକାରୀ ସୁବାସ ଚନ୍ଦ୍ର କରକରା କହିଛନ୍ତି। ଅନ୍ୟପକ୍ଷରେ, ବିଧାୟକ ଶ୍ରି ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe