ଏଏସ୍‌ଆଇ ଅଧୀକ୍ଷକଙ୍କ ବିରୋଧରେ ଏତଲା

Advertisment
ଏଏସ୍‌ଆଇ ଅଧୀକ୍ଷକଙ୍କ ବିରୋଧରେ ଏତଲା

ପୁରୀ : ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି ଭଏସ୍‌ ଅଫ୍ କମନ୍‌ମ୍ୟାନର ମୁଖ୍ୟ ହେକ୍ଟର ମିଶ୍ର। ‌ଏମାର ମଠ ଖନନସ୍ଥଳରୁ ମିଳିଥିବା ଦୁଇ ସିଂହ ମୂର୍ତ୍ତିର ରେଡିଓମେଟ୍ରିକ୍‌ ଡେଟିଂ ଟେଷ୍ଟ ଓ ଅନ୍ୟ ପରୀକ୍ଷାନୀରିକ୍ଷା ନକରି ଏହାକୁ ଗଙ୍ଗବଂଶ ସମୟର ବୋଲି ଗଣମାଧ୍ୟମ ଆଗରେ ମତ ରଖି ଲୋକଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗରେ ସେ ସିଂହଦ୍ବାର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀମଲ୍ଲିକ ସିଂହ ମୂର୍ତ୍ତିର ସ୍ଥାନ ଓ ସବିଶେଷ ବାବଦରେ ଏକ କୋର୍ଟ ଆଫିଡେଭିଟ୍‌ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିଲେ ହେଁ ଗଣମାଧ୍ୟମ ଆଗରେ ଏହାର କାଳଖଣ୍ଡ ବାବଦରେ ମତ ରଖି ନ୍ୟାୟାଳୟକୁ ଅବମାନନା କରିଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ ୧୯୭୯ ମସିହା ଅଗଷ୍ଟ ୨୨ ତାରିଖରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଏଏସ୍‌ଆଇ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ, ଏଏସ୍‌ଆଇ ମନ୍ଦିରର ୧୦୦ ମିଟର ମଧ୍ୟରେ ସଂରକ୍ଷଣ କାର୍ଯ୍ୟ ସହ ଯତ୍ନ, ତଦାରଖ କରିଥିଲେ। ମାତ୍ର ଏଥିରେ ସେମାନେ ବାରମ୍ବାର ବିଫଳ ହୋଇଛନ୍ତି। ସିଂହ ମୂର୍ତ୍ତି ୨୨ ଦିନ ତଳୁ ଖନନସ୍ଥଳରୁ ବାହାରି ଥିଲେ ହେଁ କାହିଁକି ଏହାକୁ ଏଏସ୍ଆଇ ଅଧୀକ୍ଷକ ସ୍ଥାନାନ୍ତର କଲେନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ୧୮୬୭ର ବ୍ରିଟିଶ ଦ୍ବାରା ମାଟିତଳୁ ନୀଳଚକ୍ରକୁ ସଂଯୋଗ ହୋଇଥିବା ତମ୍ବା ଆର୍ଥିଂ ଓ ବହୁବିରଳ ଖୋଦେଇ ମୂର୍ତ୍ତିର ସନ୍ଧାନ ମିଳୁନାହିଁ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ତେଣୁ ସାଧାରଣ ଲୋକଙ୍କ ମାନସିକତା ସହ ଖେଳିଥିବାରୁ ତାଙ୍କୁ ଗିରଫ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe