କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଏତଲା

Advertisment
କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଏତଲା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ଆୟୁବ୍‌ ଖାଁ କୁଇବାହାଲ ଗାଁର ସୁବାସ ପୁଟେଲଙ୍କୁ ମାଡ଼ ମାରିଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଏହାପରେ କୁଇବାହାଲ ଗ୍ରାମର କିଛି ଲୋକ ବିଧାୟକଙ୍କ ଗିରଫ ଦାବିରେ ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ। ଥାନାରେ ଶ୍ରୀ ପୁଟେଲ ଦେଇଥିବା ଅଭିଯୋଗ ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୭ଟାରେ ବିଧାୟକଙ୍କ ଅଫିସ୍‌ରେ ସେ ଗାଁର ଦୁଇଜଣଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ କରିଥିଲେ। ହେଲେ ସେହି ସମୟରେ ବିଧାୟକ ରାଗି ଯାଇ ତାଙ୍କୁ ଗାଳିଗୁଲଜ କରିଥିଲେ। ଶ୍ରୀ ପୁଟେଲ ଅଫିସରୁ ବାହାରିବା ପରେ ବିଧାୟକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ବିଧାୟକଙ୍କୁ ପଚାରିବାରୁ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା, ଏହା ତାଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe