ରାଇରଙ୍ଗପୁର: ଏନ୍ଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମଗୋପାଳ ବର୍ମା ଏକ ଟ୍ବିଟ୍ରେ ଲିଖିତ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଯଦି ଦ୍ରୌପଦୀ ରାଷ୍ଟ୍ରପତି ତାହାହେଲେ ପାଣ୍ଡବ କିଏ ଏବଂ ବିଶେଷତଃ କୌରବ କେଉଁମାନେ? ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି। ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା, ଜଣେ ଓଡ଼ିଆ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା ବିଧାନସଭାର ପ୍ରାକ୍ତନ ଶ୍ରେଷ୍ଠ ବିଧାୟିକା। ଯିଏକି ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି, ସେହି ମହିଳାଙ୍କ ପ୍ରତି ଏଭଳି ଅରୁଚିକର ମନ୍ତବ୍ୟ ଦେବା ଜଣେ ଖ୍ୟାତନାମା ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ରାମଗୋପାଲ ବର୍ମାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ। ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷର ବହ୍ନି ଜଳୁଛି।
ରାଇରଙ୍ଗପୁର ବିଜେପି ତରଫରୁ ରାମଗୋପାଲ ବର୍ମାଙ୍କ ନାମରେ ରାଇରଙ୍ଗପୁର ଟାଉନ ଥାନାରେ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ବିଜେପିର କାର୍ଯ୍ୟକର୍ତ୍ତା ମନୋରଂଜନ ମହାନ୍ତି, ଈଷାନ ମିଶ୍ର, ମନୋଜ ଦାସ, କିଶୋର ରୋଜକ, ଶିବୁ ଅଗ୍ରୱାଲ, ଆଲୋକ ରଂଜନ ମହାନ୍ତ, ମିଥିଳା ଟୁଡୁ, ଶଶାଙ୍କ କୁମାରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Follow Us