ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ସାନଭାଇକୁ ଅପହରଣ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ, ୪ ଅଟକ

Advertisment
ଯୌତୁକଜନିତ ନିର୍ଯାତନାରୁ ମୃତ୍ୟୁ: ସ୍ବାମୀଙ୍କ ସହ ଶ୍ବଶୁର-ଶାଶୂଙ୍କୁ ୧୦ ବର୍ଷ ଲେଖାଏ ଜେଲ୍

Photo: Representation

ଛତ୍ରପୁର: ବହୁ ଚର୍ଚ୍ଚିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତପ୍ରଧାନ ହତ୍ୟା ମାମଲାର ଶନିବାର ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାକୋର୍ଟରେ ସାକ୍ଷ୍ୟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ରହିଥିଲା। କିନ୍ତୁ ଲକ୍ଷ୍ମୀଦତ୍ତଙ୍କ ସାନଭାଇ ଦେବିଦତ୍ତ ଓରଫ୍ ମଣ୍ଟୁ ପ୍ରଧାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ନେଇ ମଣ୍ଟୁଙ୍କ ପତ୍ନୀ ଛତ୍ରପୁର ଥାନାରେ ଶୁକ୍ରବାର ଦିନ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ମଣ୍ଟୁ ପ୍ରଧାନଙ୍କ ମୋବାଇଲ୍ ଟ୍ରାକ୍ କରି ଭୁବନେଶ୍ୱର ଠାରେ ଠାବ କରିଥିଲେ। ଯେଉଁମାନଙ୍କ ନିକଟରେ ମଣ୍ଟୁ ପ୍ରଧାନଙ୍କ ରହିଥିଲେ ସେମାନଙ୍କୁ ମଧ୍ୟ ଛତ୍ରପୁର ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖାଯାଇଛି। ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମିନା ସୂଚନା ଦେଇଛନ୍ତି।

ସେହିପରି ଏହି ଘଟଣାକୁ ନେଇ ଛତ୍ରପୁର ଥାନାରେ ୬୬୩/୨୩ ଏକ ମାମଲା ରୁଜୁ ହୋଇଥିବା ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ କହିଛନ୍ତି। ସୂଚନା ଥାଉକି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତପ୍ରଧାନଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖରେ ତାଙ୍କରି ଛତ୍ରପୁରସ୍ଥିତ ବାସଭବନ ଠାରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଛତ୍ରପୁର ପୁଲିସ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ ଏବଂ ବର୍ତ୍ତମାନ ଅଭିଯୁକ୍ତ ମାନେ ଜାମିନ୍‌ରେ ଆସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe