ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ନେଇ ଥାନାରେ ଅଭିଯୋଗ

Advertisment
ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ନେଇ ଥାନାରେ ଅଭିଯୋଗ
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟିଂକୁ ବିରୋଧ କରି ନରିପୁର ଅସ୍ଥଳ ଗ୍ରାମର ସନ୍ତୋଷ କୁମାର ସାହୁ ଏବଂ ଅନ୍ୟମାନେ ଟାଉନ ଥାନରେ ଅଭିଯୋଗ କରିଛନ୍ତିି। ଅଭିଯୋଗରୁ ପ୍ରକାଶ ଯେ,  ଜଣେ ମହିଳା ବାରମ୍ବାର ନିଜ ଫେସ୍ବୁକ ଆକାଉଣ୍ଟରେ ସମାଜକୁ ବିଭ୍ରାନ୍ତ କଲା ଭଳି ଏବଂ ହିଂସାକୁ ପ୍ରୋତ୍ସାହିତ କଲାଭଳି କିଛି ଆପତ୍ତିଜନକ ପୋଷ୍ଟିଂ କରୁଛନ୍ତି। ନିକଟରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସରପଞ୍ଚଙ୍କ ଠାରୁ ହୀନ ଦର୍ଶାଇବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗେରୁଆ ଗୁଣ୍ଡା ବୋଲି କହି ଫେସ୍ବୁକ୍ ପୋଷ୍ଟିଂ କରୁଛନ୍ତି।
ଏହି କାର୍ଯ୍ୟରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ମଧ୍ୟ ସାମିଲ ରହିଥିବା ଅଭିଯୋଗରେ ପ୍ରକାଶ କରାଯାଇଛି। ଏହି ଅଭିଯୋଗ ପତ୍ରରେ ସନ୍ତୋଷ ସାହୁଙ୍କ ସହିତ ସରୋଜ ଜେନା, ପ୍ରହଲ୍ଲାଦ ନାୟକ, ଅମରେଶ ନାୟକ, ସୋଲେମାନ ଖାଁ, ଚକ୍ରଧର ସେଠୀ, ଦାମୋଦର ଓଝା, ରମେଶ ଜେନା, ମୀର ବାବୁଲା, ଶୈଳେନ୍ଦ୍ର କୁମାର ନାୟକ ପ୍ରମୁଖ ଦସ୍ତଖତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe