ଭୟାବହ ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା, ୪ ଆହତ

Advertisment

ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧୀନ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ଗତକାଲି ରାତି ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୨ ବଖରା ଘର ଜଳିଯାଇଛି। ସେହିପରି ୪ ଜଣ ପୋଡ଼ିଯାଇ ଆହତ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି।

ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧୀନ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ଗତକାଲି ରାତି ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୨ ବଖରା ଘର ଜଳିଯାଇଛି। ସେହିପରି ୪ ଜଣ ପୋଡ଼ିଯାଇ ଆହତ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି।

scsczxxz

ଭଦ୍ରକ/ବନ୍ତ/ଗଣିଜାଙ୍ଗ: ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧୀନ ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ଗତକାଲି ରାତି ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୨ ବଖରା ଘର ଜଳିଯାଇଛି। ସେହିପରି ୪ ଜଣ ପୋଡ଼ିଯାଇ ଆହତ ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ସରମରା ଗ୍ରାମର କାଳନ୍ଦୀ ସାହୁଙ୍କ ଘରେ ଥିବା ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ପ୍ରାଣବିକଳରେ ପରିବାର ସଦସ୍ୟମାନେ ବାହାରକୁ ପଳାଇ ଯାଇଥିଲେ। ନିଆଁ ଉଗ୍ରରୂପ ଧାରଣ କରିଥିଲା। ଚାହୁଁ ଚାହୁଁ ପଡ଼ୋଶୀ ହରେକୃଷ୍ଣ, ଅନାମ ସାହୁ, ସୁଭଦ୍ରା ସାହୁ, ତିଳୋତ୍ତମା ସାହୁ ଓ ମିନତି ସାହୁଙ୍କ ଘରକୁ ନିଆଁ ବ୍ୟାପୀ ଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଲିଭାଇବା ଗ୍ରାମବାସୀଙ୍କ ପକ୍ଷେ ସମ୍ଭବ ନଥିଲା।

ଖବର ପାଇ ଆଗରପଡ଼ାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ଜଳିଯାଇଥିଲା। ଏଥିରେ ୬ଟି ପରିବାରର ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଜଳିଯାଇଛି। ଅନ୍ୟପଟେ ଘର ଭିତରୁ ସାମଗ୍ରୀ ବାହାର କରିବା ବେଳେ ହରେକୃଷ୍ଣ ସାହୁ, ମାଗୁଣି ସାହୁ, ଅନାମ ସାହୁ ଓ ହୃଷୀକେଶ ସାହୁ ଆହତ ହୋଇଛନ୍ତି। ଆଗରପଡ଼ା ମେଡିକାଲ୍‌ ଟିମ୍‌ ସମସ୍ତଙ୍କ ଚିକିତ୍ସା କରିଛି। ଆଜି ବନ୍ତ ତହସିଲଦାର ସାରା ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ୪ଟି ବିପନ୍ନ ପରିବାରକୁ ପଲିଥିନ୍‌ ଯୋଗାଇ ଦେଇଛନ୍ତି। ତେବେ ୨ଟି ବିପନ୍ନ ପରିବାର ପଲିଥିନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସରମରାରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe