fire at unit 1 market bbsr Photograph: (sambad.in)
ଭୁବନେଶ୍ବର: ନିଆଁ ଡେଇଁଲା ଦୋକାନରୁ ଦୋକାନ । ଚାହୁଁ ଚାହୁଁ ଭୁବନେଶ୍ବର ୧ ନଂ ହାଟର ଦୋକାନରେ ଧିରେଧିରେ ନିଆଁ ବ୍ୟାପିବାରେ ଲାଗିଲା । ନିଆଁର ଆଁ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ ୪୦ରୁ ଅଧିକ ଦୋକାନ ନିଆଁରେ ପ୍ରଭାବିତ ହୋଇଗଲା । ଦୋକାନର ସବୁ ଜିନିଷ ଜଳିପୋଡି ପାଉଁଶ ହୋଇଗଲା । ତେବେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଲା । ୧୫ଟି ଦମକଳ ଗାଡି ସହ ୧୪୦ ଜଣ ଦମକଳ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ନିଆଁ ଆୟତ୍ତ ହୋଇଥିବା ବେଳେ ୧ ନଂ ହାଟରେ ନିଆଁ ଏବେ ନୁହେଁ । ଅତୀତରେ ଅନେକ ଥର ୧ ନଂ ହାଟରେ ନିଆଁ ଲାଗିଛି ।
ଅଧିକ ପଢନ୍ତୁ- Massive Fire Control: ୩୦ ମିନିଟ୍ ଭିତରେ ଆୟତ୍ତ ହେଲା ଭୁବନେଶ୍ବର ୧ ନଂ ହାଟର ନିଆଁ, ଏବେବି କୁହୁଳୁଛି ଧୂଆଁ…
ଅତୀତରେ ଜଳିଛି ଅନେକ ଥର
ତେବେ ଗତ ବର୍ଷ ବି ହାଟରେ ନିଆଁ ଲାଗିଥିଲା । ୨୦୨୪ ମସିହା ନଭେମ୍ବର ୧ ତାରିଖ ମଧ୍ୟ ରାତିରେ ୧ ନମ୍ବର ହାଟ ଭୂତଳ ମାର୍କେଟରେ ଲାଗିଥିଲା ନିଆଁ। ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଦୋକାନ ମଧ୍ୟ ଜଳି ଯାଇଥିଲା। ଆଉ ପୁଣି ୧୧ ମାସ ପରେ ୧ ନମ୍ବର ହାଟ ମାର୍କେଟରେ ଲାଗିଛି ନିଆଁ।
ସେପଟେ ୨୦୦୭ ମସିହାରୁ ଏକ ନମ୍ବର ହାଟ ସ୍ଥାନାନ୍ତର ପାଇଁ ଦାବି ହେଉଛି। ପ୍ରତ୍ୟେକ ଦିନ ଏଠାକୁ ୨୦୦ରୁ ଅଧିକ ଟ୍ରକ୍ ଆସୁଛି। ୧ ନମ୍ବର ହାଟ ଉପରେ ଚାପ ବଢ଼ିବାରେ ଲାଗିଛି। ୨୦୧୯ ମସିହାରେ ଏହି ହାଟକୁ ଭଗବାନପୁରକୁ ସ୍ଥାନାନ୍ତରଣ କରିବାକୁ ଯୋଜନା ହେଲା। ସାଧାରଣ ପ୍ରଶାସନ ବିଭାଗ ବିଏମ୍ସିକୁ ଭଗବାନପୁରରେ ପ୍ରଥମେ ୩.୯୮ ଏକର ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୨୩ ଏକର ଏଭଳି ୭.୨୧ ଏକର ଜାଗା ବି ଯୋଗାଇ ଦେଲା। ୨୦୨୨ ମସିହାରେ ଏହି ଜମିରୁ ବିଏମ୍ସି ଶହ ଶହ ଗଛ କାଟି ୧ କୋଟି ୭୪ ଲକ୍ଷ ୭ ହଜାର ୧୫୨ ଟଙ୍କାରେ ପାଚେରି ନିର୍ମାଣ କଲା। ହେଲେ ଗଛକଟା, ଆଉ ପାଚେରି କାମ ହେବା ପରେ ମଧ୍ୟ ଏବେ ସେହି ଯୋଜନା କାର୍ଯ୍ୟକାରୀ ହେବ ନା ନାହିଁ ତାହା ସନ୍ଦେହ ଘେରରେ ।
ଅଧିକ ପଢନ୍ତୁ- Fire In Bhubaneswar Market: ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ନିଆଁ ଗିଳିଦେଲା ୪୦ ଦୋକାନ
ନଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥା
ସବୁଛଠାରୁ ବଡ଼ କଥା ହେଉଛି ୧ ନଂ ହାଟରେ ବାରମ୍ବାର ନିଆଁ ଲାଗିବା ପରେ ବି ନିଆଁକୁ ଆୟତ୍ତ ପାଇଁ ୧ ନମ୍ବର ହାଟରେ ନଥିଲା କି ଏବେବି ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ।
Follow Us