ବାଲେଶ୍ବର ବଡ଼ ଡାକ୍ତରଖାନାର ଶିଶୁଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

Advertisment
ବାଲେଶ୍ବର ବଡ଼ ଡାକ୍ତରଖାନାର ଶିଶୁଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବାଲେଶ୍ବର : ଗୁରୁବାର ସଂଧ୍ୟାରେ ବାଲେଶ୍ବର ବଡ଼ ଡାକ୍ତରଖାନା‌ ପରିସରରେ ଥିବା ଶିଶୁଭବନରେ ଅଗ୍ନିକା‌ଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ, ସଂଧ୍ୟା ପ୍ରାୟ ସାଢ଼େ ୯ଟାରେ ଶିଶୁଭବନର ଉପରମହଲାରେ ଥିବା ନ୍ୟୁଟ୍ରିସନ ରିହାବିଲିଟି ସେଣ୍ଟର(ଏନଆରସି)ରେ ହଠାତ୍‌ ନିଆଁ ଲାଗିଥିବା ଦେଖାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ପଠାଇବା ସହିତ ତଳ ମହଲାରେ ଭର୍ତ୍ତି ହୋଇଥିବା ଶିଶୁରୋଗୀମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିଥିଲେ। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅନ୍ୟପକ୍ଷରେ ଏହି ଅଘଟଣରେ କାହାରି କିଛି କ୍ଷତି ହୋଇନଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଛି ତାର କାରଣ ଜଣାପଡ଼ିନଥିବା ସିଡିଏମ୍‌ଓ ଡା. ବାନାର୍ଜା ପ୍ରସାଦ ଛୋଟରାୟ କହିଛନ୍ତି। ଖବରପାଇ ଘଟଣାସ୍ଥଳରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି. ଯୁଗଳକିଶୋର ପହଞ୍ଚି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe