ବନ୍ଦ କୋଠରିରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ଯୁବକ

Advertisment
ବନ୍ଦ କୋଠରିରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ଯୁବକ

ବାଲେଶ୍ୱର: ରାତିଅଧରେ ଘର ଭିତରୁ ହୁତୁହୁତୁ ହୋଇ ବାହାରୁଥିଲା ନିଆଁ। ବନ୍ଦ ଥିବା ଘର ଭିତରୁ ରକ୍ଷାକର, ରକ୍ଷାକର ବୋଲି କାକୁତିମିନତି ହୋଇ ଜଣେ କାହାର ଚିତ୍କାର ଶୁଭୁଥିଲା। ଖବର ପାଇ ଦମକଳ ମଧ୍ୟ ପହଞ୍ଚି ସାରିଥିଲା। ମାତ୍ର ନିଆଁର ପ୍ରକୋପ ଏତେ ଥିଲା ଯେ, କେହି ତାଙ୍କୁ ବଞ୍ଚାଇ ପାରିଲେନି। ସମସ୍ତଙ୍କ ସାମ୍ନାରେ ଜୀଅନ୍ତା ଜଳିପୋଡ଼ି ଦଗ୍ଧ ହୋଇଗଲେ ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ହେଉଛନ୍ତି ଭବାନୀ ଶଂକର ଦାସ(୨୯)। ସେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ପନ୍ଦାଡ଼ୋ ଗ୍ରାମର ଗୋବିନ୍ଦ ଦାସଙ୍କର ପୁଅ। ଭବାନୀ ରେମୁଣା ସ୍ଥିତ ଏକ ଘରୋଇ କମ୍ପାନିରେ ଇଲେକଟ୍ରିସିଆନ ଭାବେ ଚାକିରି କରିଥିବା ବେଳେ ଅରଡ଼ ବଜାର ବାଲିବିଲ ଅଞ୍ଚଳରେ ଏହି ଘରେ ଭଡ଼ାନେଇ ରହୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସେ କାମ ସାରି ନିଜ ଭଡ଼ାଘରକୁ ଫେରିିଥିଲେ। ରାତି ପ୍ରାୟ ୩ଟା ବେଳେ ଭବାନୀଙ୍କ ପ୍ରାଣାନ୍ତକ ଚିତ୍କାର ଶୁଣି ପଡ଼ିଶା ଲୋକେ ଉଠି ଆସି ଦେଖିଲା ବେଳକୁ ଘର ଭିତରୁ ହୁ ହୁ ହୋଇ ନିଆଁ ବାହାରୁଥିଲା। ତେବେ ଘରର ପ୍ରବେଶ ଦ୍ୱାରରେ ତାଲା ପକାଯାଇଥିବାବେଳେ ଭିତରେ ଭବାନୀଙ୍କ ସହ ଏକ ବାଇକ ମଧ୍ୟ ଜଳୁଥିବା ଦେଖିବାକୁ ମିଳିଥିଲା। ଉପାୟ ନପାଇ ଲୋକେ ତୁରନ୍ତ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ଦମକଳ ପହଞ୍ଚିଥିଲେ ମଧ୍ୟ ସେଠାକୁ ଅଣଓସାରିଆ ରାସ୍ତା ଥିବାରୁ ଘର ପର୍ଯ୍ୟନ୍ତ ଯାଇପାରି ନଥିଲା। ତେବେ ପାଇପ୍‌ ଯୋଗେ ପାଣି ପକାଇ ନିଆଁ ଲିଭାଯାଇଥିଲେ ହେଁ ସେତେବେଳକୁ ଭବାନୀ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe