ଭୁବନେଶ୍ବର : ଆଜି ଭୋର ସମୟରେ କଟକ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଇକୋରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୫ଟା ବେଳେ ଜିଲିଣ୍ଡା ରେଞ୍ଜରେ ଥିବା ଇକୋରିଟ୍ରିଟର ୩ଟି ଟେଣ୍ଟରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ।
ସାତକୋଶିଆ ଇକୋରିଟ୍ରିଟରେ ଅଗ୍ନିକାଣ୍ଡ, ୩ ଟେଣ୍ଟରେ ନିଆଁ ଲାଗିଥିବା ସୂଚନା
Advertisment
Follow Us