ସର୍ଟସର୍କିଟ୍‌ରୁ ନିଆଁଲାଗି ବିସ୍ଫୋରଣ: ଭୀମ ଭୋଇ ମେଡିକାଲ କଲେଜ ଅନ୍ଧାର

Advertisment

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ତାରଗୁଡ଼ିକରେ ନିଆଁ ଲାଗି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସର୍ଜରି ୱାର୍ଡ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ବିଦ୍ୟୁତ୍‌ ତାର ଛନ୍ଦି ହୋଇ ରହିଥିଲା।

hfhfhfhfh

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ତାରଗୁଡ଼ିକରେ ନିଆଁ ଲାଗି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସର୍ଜରି ୱାର୍ଡ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ବିଦ୍ୟୁତ୍‌ ତାର ଛନ୍ଦି ହୋଇ ରହିଥିଲା। ପାଖରେ ଥିବା ଗଛଡାଳ ପଡ଼ିବାରୁ ବିସ୍ଫୋରଣ ହୋଇଥିଲା।

 ଫଳରେ ମେଡିକାଲ୍‌ ପରିସରରେ ଥିବା ରୋଗୀ ପରିଜନ ଭୟଭୀତ ହୋଇପଡ଼ିଥିଲେ। ଅଧିକାଂଶ ପ୍ରାଣବିକଳରେ ବାହାରକୁ ଦୌଡ଼ିବା ଆରମ୍ଭ କରିଥିଲେ। ମେଡିକାଲ ପରିସର ଅନ୍ଧାର ହୋଇ ଯାଇଥିଲା। ଜରୁରି ଚିକିତ୍ସାସେବା ଉପଲବ୍ଧ ଥିବା ୱାର୍ଡ ବି ଅନ୍ଧାରରେ ରହିଥିଲା। ପାଖାପାଖି ୨୪ଘଣ୍ଟା ଧରି ମେଡିକାଲରେ ଏଭଳି ଅଚଳାବସ୍ଥା ଲାଗି ରହିଥିଲା। ଡାକ୍ତରମାନେ ଟର୍ଚ୍ଚ ଓ ମୋବାଇଲ୍‌ ଲାଇଟ୍‌ରେ ଚିକିତ୍ସା ସେବା ଯୋଗାଇଥିଲେ। ଶନିବାର ଦିନ ତମାମ୍ ମରାମତି କାମ ଚାଲିବା ପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ବିଭାଗକୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe