ଭୁବନେଶ୍ବର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ

Advertisment
ଭୁବନେଶ୍ବର: ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ

ଭୁବନେଶ୍ବର :  ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ । ତେବେ ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

publive-image

ସୂଚନା ଅନୁସାରେ, ପ୍ରାୟ ଦିନ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ ଶବ୍ଦ ହୋଇ ବିସ୍ଫୋରଣ ଘଟିଥିଲା। ତା’ପରେ ନିଆଁ ଭୟଙ୍କର ଭାବେ ବହୁ ଉଚ୍ଚକୁ ଉଠି ଜଳୁଥିବା ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ନିଟକରେ ଥିବା କେତେକ ଘରର କାଚ ଝରକା ଭାଙ୍ଗି ଯାଇଥିବା ଜଣାପଡ଼ିଛି।

publive-image

ଏହି ଘଟଣା ଘଟିବାବେଳେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୪୦ରୁ ୫୦ ଗ୍ରାହକ ଥିବା କୁହାଯାଉଛି । କିନ୍ତୁ ଏହି ଘଟଣାରେ କେହି ଗୁରୁତର ଆହତ ହୋଇଥିବାର ଖବର  ଏଯାବତ ମିଳିପାରିନାହିଁ । ଘଟଣାସ୍ଥଳରୁ ୬ ଜଣଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା। ସେ ମଧ୍ୟରୁ ଦୁଇ ଜଣଙ୍କର ଆଖିରେ ଗୁରୁତର ଆଘାତ ଲାଗି ଥିବାରୁ ଉନ୍ନତ ଚିକିତ୍ସା ଲାଗି କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି।  ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବା ଆଶା କରାଯାଉଛି । ଘଟଣାସ୍ଥଳରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିରହିଥିବା ଦେଖାଯାଇଛି ।

ଏହି ନିଆଁ ସମ୍ପର୍କରେ ଖବର ପାଇ ପୁଲିସ କମିଶନର  ସୁଧାଂଶୁ ଷଡଙ୍ଗୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ।  । ଏହା ସହିତ ରାଜଭବନ ରାସ୍ତାକୁ ସିଲ କରିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe