କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଛି। ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ ପ୍ରବଳ ଧୂଆଁ ହେତୁ ବିଲ୍ଡିଂ ଭିତରକୁ ପଶିପାରୁନାହାନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ପହଞ୍ଚି ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପୁରା ବିଲ୍ଡିଂ ଉପରକୁ ପାଣିମାଡ଼ କରାଯାଉଛି। କିନ୍ତୁ ଏଯାଏ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳ ୮ଟା ବେଳେ ଉକ୍ତ ତିନି ମହଲା କୋଠାରେ ନିଆଁ ଲାିଗିଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Follow Us