ଆନନ୍ଦପୁର : ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରା ନିକଟରେ ଥିବା ଏକ ପିଚୁପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟାବେଳେ ଏକ ଟ୍ୟାଙ୍କରରୁ ପିଚୁ ଅନ୍ଲୋଡ୍ କରାଯାଉଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।
ପିଚୁ ପ୍ଲାଣ୍ଟରେ ନିଆଁ
Advertisment
Follow Us