ପାଇପ୍ ଷ୍ଟକୟାର୍ଡରେ ଅଗ୍ନିକାଣ୍ଡ

Advertisment

ପାରାଦୀପର ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନି ପାଇପ ଷ୍ଟକୟାର୍ଡରେ ନିଆଁ ଲାଗିଛି। ଗଦା ହୋଇଥିବା ପ୍ଲାଷ୍ଟିକ ପାଇପ୍‌ ଜଳିବାରେ ଲାଗିଛି। ହୁତୁହୁତୁ ହୋଇ କୋଟି କୋଟି ଟଙ୍କାର ପାଇପ୍ ଜଳି ଯାଇଛି....

ପାରାଦୀପର ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନି ପାଇପ ଷ୍ଟକୟାର୍ଡରେ ନିଆଁ ଲାଗିଛି। ଗଦା ହୋଇଥିବା ପ୍ଲାଷ୍ଟିକ ପାଇପ୍‌ ଜଳିବାରେ ଲାଗିଛି। ହୁତୁହୁତୁ ହୋଇ କୋଟି କୋଟି ଟଙ୍କାର ପାଇପ୍ ଜଳି ଯାଇଛି....

Fire at pipe stockyard

Fire at pipe stockyard Photograph: (sambad.in)

ପାରାଦୀପ: ଜଗତସିଂହପୁର ଜିଲ୍ଲା  ପାରାଦୀପର ଜିରୋ ପଏଣ୍ଟ ନିକଟରେ ଥିବା ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନି ପାଇପ ଷ୍ଟକୟାର୍ଡରେ ନିଆଁ ଲାଗିଛି। ଗଦା ହୋଇଥିବା  ପ୍ଲାଷ୍ଟିକ ପାଇପ୍‌ ଜଳିବାରେ ଲାଗିଛି। ହୁତୁହୁତୁ ହୋଇ କୋଟି କୋଟି ଟଙ୍କାର ପାଇପ୍ ଜଳି ଯାଇଛି। ଘଟଣାସ୍ଥଳରେ ୭ ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  

ଆଇଓସିଏଲର ତୈଳ ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟ ପାଇଁ ପାଇପ୍ ଷ୍ଟକୱାର୍ଡରେ ରହିଥିଲା । ପାଇପ୍ ଉପରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ରହିଥିବାରୁ ପାଇପ୍ ଭୟଙ୍କର ଭାବେ ଜଳିବାକୁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ପାରାଦୀପ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ନିରଞ୍ଜନ ବେହେରାଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଆଇଓସିଏଲ୍ ଷ୍ଟକୟାର୍ଡ ନିକଟରେ ମଧ୍ୟାହ୍ନ ପ୍ରାୟ ୧୨:୦୦ ରୁ  ୧:୦୦ ମଧ୍ୟରେ ଲାଗିଥିଲା।  ସୂଚନା ମିଳିବା ମାତ୍ରେ, ଆମେ ତୁରନ୍ତ ଆଇଓସିଏଲକୁ ସୂଚନା ଦେଇଥିଲୁ ଏବଂ ସେମାନଙ୍କର ଅଗ୍ନିଶମ ଗାଡ଼ି ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ସମୟ ପରେ, କୁଜଙ୍ଗ ଅଗ୍ନିଶମ ବାହିନୀର ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବରେ ନିଆଁ ଲିଭାଇବା କାର୍ଯ୍ୟରେ ଯୋଗ ଦେଇଥିଲେ।

ଅଗ୍ନିକାଣ୍ଡ ଯୋଗୁ  ୪ କିଲୋମିଟର ପର୍ଯ୍ୟନ୍ତ ଘନ ଧୂଆଁର ଆସ୍ତରଣ ବ୍ୟାପିଛି । ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡିନାହିଁ।

ନିଆଁକୁ ଆୟତ୍ତ କରିବା ପାଇଁ ଆଇଓସିଏଲ, ଇଫକୋ, ପିପିଏଲ, ପାରାଦୀପ ବନ୍ଦର, କୁଜଙ୍ଗ ଅଗ୍ନିଶମ ବିଭାଗର ୭ ଗାଡ଼ି ଲାଗିଛନ୍ତି। ଫୋମ୍ ଓ ପାଣି ମାରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଉଛି।

ଅଧିକ ପଢ଼ନ୍ତୁ: ନିଶାସକ୍ତ ବହିଷ୍କୃତ ପୁଲିସଙ୍କ ଉନ୍ମତ୍ତ କାଣ୍ଡ: ବିବାହ ଭୋଜିରେ ହଙ୍ଗାମା କଲେ

ଏହି ଷ୍ଟକ୍ ୟାର୍ଡର ଅପର ପାର୍ଶ୍ୱରେ କାର୍ବନ କାରଖାନା ଥିବା ବେଳେ, ମାତ୍ର ୫୦ ମିଟର ଦୂରରେ ଏକ ପେଟ୍ରୋଲ ପମ୍ପ ଓ ରାସ୍ତାର ଅପରପାର୍ଶ୍ବରେ ରହିଛି ପାରାଦୀପ-ହଳଦିଆ ତୈଳ ପାଇପ ଲାଇନ୍। ତେଣୁ ଅଗ୍ନିକାଣ୍ଡ ଯୋଗୁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଖଣ୍ଡଗିରି ଅଞ୍ଚଳରେ ୧ କୋଟି ଟଙ୍କାର ଗଞ୍ଜେଇ ଟ୍ରକ୍ ଜବତ: କର୍ପୁର ପ୍ୟାକେଟ ପଛରେ ଲୁଚାଇ ରଖାଯାଇଥିଲା

Jagatsinghpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe