ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

Advertisment
ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ ଆସୁଥିବା ଜଣାଯାଇଛି।

ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନ୍ର ବଗିଗୁଡ଼ିକର ମରାମତି ସହ ସଫା କରାଯାଉଥିଲା। ସେହି ସମୟରେ ଏକ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ସେହି ନିଆଁ ବ୍ୟାପିବାରେ ଲାଗିଲା। କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି।
ଘଟଣା ସଂପର୍କରେ ଖବର ପାଇ ଜିଆରପି ଓ ଆରପିଏଫ ଅଧିକାରୀଙ୍କ ସମେତ ରେଳବାଇର ଉପରିସ୍ଥ ଅଧିକାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪୦ ମିନିଟ୍ର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe