ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ଲକ୍ଷ ଟଙ୍କାର ପିଭିସି ପାଇପ

ଦୁଇ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ

ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ଲକ୍ଷ ଟଙ୍କାର ପିଭିସି ପାଇପ

ରାଉରକେଲା: ଉଦିତନଗର ପରେଡ ପଡ଼ିଆରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୦ଲକ୍ଷ ଟଙ୍କାର ସ୍ମାର୍ଟ ସିଟିର ପିଭିସି ପାଇପ। ନିଆଁ ଲିଭାଇବାକୁ ପାଞ୍ଚଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଫଳରେ ଅବଶିଷ୍ଟ ପ୍ରାୟ ୩୦ ଲକ୍ଷ ଟଙ୍କାର ପାଇପ ନିଆଁରୁ ବର୍ତ୍ତି ଯାଇଛି। କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। କେହି ଆସାମାଜିକ ଲୋକ ନିଆଁ ଲଗାଇ ଦେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ରାଉରକେଲା ଏସପି କେ .ଶିବା ସୁବ୍ରମଣି ଓ ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe