ସଚିବାଳୟରେ ଅଗ୍ନିକାଣ୍ଡ

Advertisment
ସଚିବାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସଚିବାଳୟର ଯୋଜନା ଓ ସଂଯୋଜନ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ଅଗ୍ନିକାଣ୍ଡ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇଥିଲା। ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଦ୍ୱିମହଲା ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଚାଲିଥିବା ବେଳେ ହଠାତ୍‌ ଯୋଜନା ଓ ସଂଯୋଜନା ବିଭାଗ ଅତିଥି କକ୍ଷର ବାହ୍ୟ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲା। ତେବେ ଭିତର ପଟୁ ଦମକଳ ଗାଡ଼ି ନିଆଁ ଲିଭାଇପାରି ନଥିଲା। ଏଣୁ ଦମକଳ ଗାଡ଼ି ସଚିବାଳୟ ସମ୍ମୁଖ ପଟୁ ଯାଇ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe