ପାଳ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ

ପାଳ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ

India.com

ବୀରମହାରାଜପୁର: ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର କମିରା ଛକ ନିକଟରେ ଶନିବାର ଏକ ପାଳ ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗି ଯାଇଥିବା ବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାନୁସାରେ, ଆଜି ପୂର୍ବାହ୍ନରେ କମିରା ଛକ ନିକଟରେ ଏକ ଟ୍ରାକ୍ଟର ପାଳ ବୋଝେଇ କରି ଯାଉଥିବା ବେଳେ କୌଣସି କାରଣରୁ ପାଳରେ ନିଆଁ ଲାଗିଯାଇଥିଲା।

ଏହା ଜାଣି ପାରି ଚାଳକ ଜଣକ ତୁରନ୍ତ ଟ୍ରାକ୍ଟରରୁ ଡାଲାକୁ ଅଲଗା କରିବା ସହ ନିଜକୁ ସୁରକ୍ଷିତ କରି ନିଶ୍ଚିତ ବିପଦରୁ ରକ୍ଷା ପାଇ ଯାଇଥିଲେ। ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe