ଭୁବନେଶ୍ବର-କଟକ ରାସ୍ତାକଡ଼ରେ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଲୋକେ ଭୟଭୀତ  

Advertisment
ଭୁବନେଶ୍ବର-କଟକ ରାସ୍ତାକଡ଼ରେ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଲୋକେ ଭୟଭୀତ  

ଭୁବନେଶ୍ବର: ଦିନ ଦ୍ବିପ୍ରହରରେ ଆଜି ୧୬ ନମ୍ବର ଜାତୀୟ ରାଜପଥର ପାହାଳ ଛକ ନିକଟରେ ଅନ୍ଧାର ହୋଇଯାଇଛି। ରାସ୍ତାକଡ଼ରେ ଥିବା ଏକ ଖାଳ ଭିତରୁ ହଠାତ୍‌ ନିଆଁ ଜଳି ଉଠୁଛି। ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ିବା ପାଇଁ ସାହାସ କରିପାରି ନାହାନ୍ତି। ନିଆଁ ଜଳିବାର କାରଣ ସଂପର୍କରେ ଲୋକ ଅଜଣା ଥିବାରୁ ସେମାନେ ଅଗ୍ନିଶମ ବାହିନୀ ଓ ପୁଲିସକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅଗ୍ରୱାଲ ଷ୍ଟକ୍‌ୟାଡ ନିକଟରେ ପହଞ୍ଚିଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଜାଣିବାକୁ ପାଇଲେ ଯେ, ଗତମାସ ଏଠାରେ ‌ଢ଼ଳାଯାଇଥିବା ମୋବିଲ୍‌ ଶୁଖିଯାଇଥିବା ବେଳେ କୌଣସି ବ୍ୟକ୍ତି ଆଜି ନିଆଁ ଲଗାଇ ଦେଇଥିଲା। ଫଳରେ ନିଆଁ ଲାଗି ଜାତୀୟ ରାଜପଥ କେବଳ ଧୂଆଁ ମୟ ହୋଇଯାଇଥିଲା। ନିଆଁକୁ ଆୟତ କରିବାକୁ ଦୁଇଟି ଦମକଳ ବାହିନୀକୁ ଦୁଇ ଘଣ୍ଟା ଲାଗିଥିଲା। କିନ୍ତୁ ଏହି ନିଆଁ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ।

publive-image

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୪ ତାରିଖ ଅପରାହ୍ନରେ ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ରୁଦ୍ରପୁର-ପାହାଳ ଛକ ମଧ୍ୟରେ ଏକ ଟ୍ରକ୍‌ରେ ଯାଉଥିବା ମୋବିଲ୍‌ ଟ୍ୟାଙ୍କର କଣା ହୋଇଯିବାରୁ ଘଟଣାସ୍ଥଳରେ ଅଭାବନୀୟ ପରସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ମଧ୍ୟରେ ଟାଙ୍କିରୁ ଶତାଧିକ ଲିଟର ମୋବିଲ୍‌ ଜାତୀୟ ରାଜପଥ ଉପରେ ଭାସିଥିଲା। ଟ୍ରକ୍‌ କର୍ମଚାରୀମାନେ ଟାଙ୍କି ଓଲ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଚାହୁଁଚାହୁଁ ଟାଙ୍କିରୁ ସବୁତକ ମୋବିଲ ଖାଲି ହୋଇଯାଇଥିଲା।

ଏହି ଅଘଟଣ ଯୋଗୁଁ ଜାତୀୟ ରାଜପଥରେ ଲୋକେ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ରାସ୍ତାରେ ପଡ଼ିଥିବା ମୋବିଲ୍‌ରେ ଗାଡି ଚକା ଖସିଯାଇଥିଲା। ପ୍ରାୟ ୮ ଜଣ ବାଇକ୍‌ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ। ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ୍‌ ବିଶ୍ୱାଳ ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ବାଲି ପକାଇଥିଲେ। କଟକ ଅଭିମୁଖେ ଯାଉଥିବା ଟାଙ୍କିରେ ପ୍ରାୟ ୮ ହଜାର ଲିଟର ମୋବିଲ୍‌ ଥିଲା ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe