ପ୍ଲାଷ୍ଟିକ୍‌ ରିସାଇକେଲିଂ କାରଖାନାରେ ଅଗ୍ନିକାଣ୍ଡ: ୫୦ ଲକ୍ଷ ଟଙ୍କାର ସାମଗ୍ରୀ ଭସ୍ମୀଭୂତ

ଗତକାଲି ବିଳମ୍ବିତ ରାତିରେ ଜଗତପୁର ଥାନା ଖଇରା ମୌଜା ଅନ୍ତର୍ଗତ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ପ୍ଲାଷ୍ଟିକ୍‌ ରିସାଇକେଲିଂ କାରଖାନା ଓ ଏକ କବାଡ଼ିଆ ଗୋଦାମ ଭସ୍ମୀଭୂତ ହୋଇଯାଇଛି।

gjjgdjgjdg

କଟକ-ଜଗତପୁର: ଗତକାଲି ବିଳମ୍ବିତ ରାତିରେ ଜଗତପୁର ଥାନା ଖଇରା ମୌଜା ଅନ୍ତର୍ଗତ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ପ୍ଲାଷ୍ଟିକ୍‌ ରିସାଇକେଲିଂ କାରଖାନା ଓ ଏକ କବାଡ଼ିଆ ଗୋଦାମ ଭସ୍ମୀଭୂତ ହୋଇଯାଇଛି। ଏଠାରେ ଥିବା ୪ଟି ଦାମୀ ମେସିନ୍ ଏବଂ ୨ଟି ଟ୍ରାନ୍ସଫର୍ମର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ଗୋଦାମ ଓ କାରଖାନାରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। ସର୍ଟସର୍କିଟ୍‌ କାରଣରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଉଭୟ ଗୋଦାମ ଓ କାରଖାନାରେ ୫୦ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଆକଳନ କରାଯାଇଛି।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ହଠାତ୍ କବାଡ଼ିଆ ଗୋଦାମରେ ନିଆଁ ଲାଗିଯାଇଥିଲା। ପରେ ଗୋଦାମରୁ ନିଆଁ ଝୁଲ ପାଖ କାରଖାନାରେ ପଡ଼ି ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଜଗତପୁର ଥାନା ପୁଲିସ ଖବର ପାଇ ଚାଉଳିଆଗଞ୍ଜସ୍ଥିତ ଦମକଳ କେନ୍ଦ୍ରକୁ ଅବଗତ କରିଥିଲା। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ଷ୍ଟେସନ୍‌ ଅଫିସର୍ ବିକାଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ କରାଯାଇଥିଲେ ବି ପ୍ରକୋପ ସମୟ କ୍ରମେ ବୃଦ୍ଧି ପାଇବାକୁ ଲାଗିଥିଲା। ପରେ ଟାଙ୍ଗୀ, ଚୌଦ୍ୱାର ଅଞ୍ଚଳରେ ଥିବା ଦମକଳ କେନ୍ଦ୍ରରୁ ଅଧିକ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା। ୩ଟି ଦମକଳ ଗାଡ଼ି ୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଥାଉ କି, ୬ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ଭୈରପୁର ଠାରେ ଥିବା ଏକ ପ୍ଲାଷ୍ଟିକ୍‌ ରିସାଇକେଲିଂ କମ୍ପାନି ଓ ଗୋଦାମରେ ନିଆଁ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe