ପୂଜାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ: ସିଲିଣ୍ଡର ଫାଟି ଟିଣ ଛପର ଉଡ଼ିଗଲା, ଅଳ୍ପକେ ବର୍ତ୍ତିଲେ ରୋଗୀ, ସଂପର୍କୀୟ

Advertisment

ଉମରକୋଟ ବ୍ଲକ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ରହିଥିବା ସିଲଣ୍ଡର ଫାଟି ଟିଣ ଛପର ଉଡ଼ିଯାଇଛି। ତେବେ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି ଡାକ୍ତରଖାନା କର୍ମଚାରୀ...

ଉମରକୋଟ ବ୍ଲକ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ରହିଥିବା ସିଲଣ୍ଡର ଫାଟି ଟିଣ ଛପର ଉଡ଼ିଯାଇଛି। ତେବେ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି ଡାକ୍ତରଖାନା କର୍ମଚାରୀ...

ffhfhsxv

ଉମରକୋଟ: ଉମରକୋଟ ବ୍ଲକ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ରହିଥିବା ସିଲଣ୍ଡର ଫାଟି ଟିଣ ଛପର ଉଡ଼ିଯାଇଛି। ତେବେ ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି ଡାକ୍ତରଖାନା କର୍ମଚାରୀ, ରୋଗୀ ଓ ସଂପର୍କୀୟ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି। ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଗୋଦାମରୁ କୌଣସି ବସ୍ତୁ ଜଳିବାର ଗନ୍ଧ ସହ ଧୂଆଁ ବାହାରିବା ଦେଖିଥିଲେ ଜଣେ କର୍ମଚାରୀ। ତୁରନ୍ତ ଅଧୀକ୍ଷକ ଡା. ପତିତପାବନ ଦ୍ବିବେଦୀଙ୍କୁ ସୂଚନା ଦେଇଥିଲେ। ଗୋଦାମ ନିକଟସ୍ଥ ଇନ୍‌ଡୋରରେ ଚିକିତ୍ସିତ ହେଉଥିବା ୫ଜଣ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ଯଥାଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେହିପରି ଆଉଟ୍‌ଡୋରରେ ରହିଥିବା ପ୍ରାୟ ୪୦ଜଣ ରୋଗୀଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିଆଁ ବ୍ୟାପିବା ଦେଖି ଡାକ୍ତରଖାନାର ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ ଉମରକୋଟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟ ଭିତରେ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ଟିଣ ଛପର ଉଡ଼ି ଯାଇଥିଲା। ଗୋଦାମରେ କୋଭିଡ୍‌ ସମୟରେ ଆସିଥିବା ପ୍ରାୟ ୧୫ଟି ଖାଲି ଅକ୍ସିଜେନ୍‌ ସିଲିଣ୍ଡର, ୬ଟି ଅଗ୍ନି ନିର୍ବାପକ ଯନ୍ତ୍ର ସହ କିଛି ପୁରୁଣା ଯନ୍ତ୍ରପାତି ରହିଥିଲା। ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟରୁ ଦୁଇଟି ଗ୍ୟାସ୍‌‌ ଭର୍ତ୍ତି ହୋଇ ରହିଥିଲା। ସେଥିରୁ ଗୋଟିଏ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଯେଉଁ ସ୍ଥାନରେ ନିଆଁ ଲାଗିଥିଲା ସେଠାରୁ ଅଳ୍ପ ଦୂରରେ ଡିଜେଲ୍‌ ଜେନେରେଟର୍‌ ରହିଥିଲା। ନିଆଁ ସେଠାରେ ପହଞ୍ଚି ଯାଇଥିଲେ ଭୟଙ୍କର ପରିଣାମ ହୋଇଥାନ୍ତା ବୋଲି କୁହାଯାଉଛି।

ବଡ଼ଧରଣର କ୍ଷୟକ୍ଷତିକୁ ଟାଳି ଦିଆଯାଇଛି। କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ବିଶେଷ ଯନ୍ତ୍ରପାତି ନଷ୍ଟ ହୋଇନଥିବା ଅଧୀକ୍ଷକ ଡାକ୍ତର ଦ୍ବିବେଦୀ ସୂଚନା ଦେଇଛନ୍ତି। ନିଆଁ ଲାଗିବା ପଛର କାରଣ ଅନୁସନ୍ଧାନ ପରେ ସ୍ପଷ୍ଟ ହେବ ବୋଲି ଜଣାଇଛନ୍ତି। ନବରଙ୍ଗପୁର ସିଡିଏମ୍‌ଓ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଘଟଣାର ତଥ୍ୟ ସଂଗ୍ରହ କରିଛନ୍ତି। ଉମରକୋଟ ଅଗ୍ନିଶମ ବିଭାଗ କେନ୍ଦ୍ର ଅଧିକାରୀ ଭାଗୀରଥି ବାଣୁଆ, ଡ୍ରାଇଭର ଜଗଦୀଶ କାଣ୍ଡ, ଫାୟାରମ୍ୟାନ୍ ଶଙ୍କର ମାଝୀ, ଆଗ୍ନିକ ଯଦୁମଣି କୋକ, ଫାୟାରମ୍ୟାନ୍‌ ଧର୍ମେନ୍ଦ୍ର ସା ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ବ୍ଲକ୍ ଅଧ୍ୟକ୍ଷା ସୁଶୀଳା ମାଝି ଓ ବରିଷ୍ଠ ବିଜେଡି ନେତା ଦେବୀ ସିଂ ମାଝୀ ଡାକ୍ତରଖାନା ପରିଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe