ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ପାରାଦୀପ ଇଫକୋ ଛକ ନିକଟରେ ଥିବା ବିଦେଶୀ କମ୍ୟୁନିକେସନ ମୋବାଇଲ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଛି...

ଅଦ୍ୟତନ ହୋଇଛି
Fire breaks out in mobile shop

Fire breaks out in mobile shop Photograph: (sambad.in)

ଜଗତସିଂହପୁର: ପାରାଦୀପ  ଇଫକୋ ଛକ ନିକଟରେ  ଥିବା  ବିଦେଶୀ  କମ୍ୟୁନିକେସନ  ମୋବାଇଲ  ଦୋକାନରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ  ଘଟି  ଲକ୍ଷାଧିକ  ଟଙ୍କାର  ସାମଗ୍ରୀ  ପୋଡ଼ି  ପାଉଁଶ ହୋଇଛି।  

ନିଆଁକୁ  ଆୟତ୍ତ କରିବା  ପାଇଁ  ଇଫକୋ  ଓ  ଆର୍ସେଲର୍  ମିତ୍ତଲର  ଅଗ୍ନିଶମ  ବିଭାଗ  କର୍ମଚାରୀମାନେ  ଲାଗିପଡି ନିଆଁକୁ ଆୟତ୍ତ  କରିଥିଲେ  ମଧ୍ୟ ଲକ୍ଷାଧିକ  ଟଙ୍କାର  ମୋବାଇଲ  ଓ  ବିଭିନ୍ନ  ସାମଗ୍ରୀ  ଜଳିପୋଡି  ପାଉଁଶ  ହୋଇଯାଇଛି ।  

ଗତକାଲି ରାତିରେ  ମୋବାଇଲ  ଦୋକାନର  ମାଲିକ  ବିଦେଶୀ  ମାଝୀ ଦୋକାନ  ବନ୍ଦ କରି  ଘରକୁ  ଯିବା  ପରେ  ବିଳମ୍ବିତ ରାତି  ପ୍ରାୟ ଦୁଇଟାରେ  କୌଣସି  କାରଣରୁ  ଦୋକାନରେ  ନିଆଁ  ଲାଗି ଯାଇଥିଲା।  ଫଳରେ  ଦୋକାନଟି  ହୁତୁହୁତୁ  ହୋଇ ଜଳିଥିଲା ।

ଅଧିକ ପଢ଼ନ୍ତୁ: ଆଜି ନୀଳାଦ୍ରି ବିଜେ: ରସଗୋଲାରେ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ

ଖବରପାଇ  ଇଫକୋ ଓ  ଆର୍ସେଲର୍  ମିତ୍ତଲର  ନିଆଁଲିଭା  ଗାଡ଼ି  ପହଞ୍ଚି  ନିଆଁକୁ ଲିଭାଇଥିଲେ । ହେଲେ  ନିଆଁ  ଲାଗିବାର କାରଣ  ଅସ୍ପଷ୍ଟ  ଥିବା  ବେଳେ  ସର୍ଟ ସର୍କିଟ୍  ଯୋଗୁ  ନିଆଁ  ଲାଗିଥାଇ  ପାରେ  ବୋଲି  ଅନୁମାନ  କରାଯାଉଛି ।  ମୋବାଇଲ ଦୋକାନରେ  ଅନେକ  ଗ୍ରାହକଙ୍କ  ମରାମତି ମୋବାଇଲ  ସହିତ  ଦୋକାନରେ  ଥିବା  ଲକ୍ଷାଧିକ  ଟଙ୍କାର  ସାମଗ୍ରୀ  ପୋଡ଼ି ପାଉଁଶ  ହୋଇଯାଇଛି।

ଅଧିକ ପଢ଼ନ୍ତୁ: ଗୋପଳ ଖେମକା ହତ୍ୟା ଘଟଣା: ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତର ମୃତ୍ୟୁ

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe