ଭୁବନେଶ୍ୱରର ୧୦ଟି ସପିଂ ମଲ୍‌ରେ ଅଗ୍ନିଶମ ବିଭାଗର ଯାଞ୍ଚ

ଭୁବନେଶ୍ୱରର ୧୦ଟି ସପିଂ ମଲ୍‌ରେ ଅଗ୍ନିଶମ ବିଭାଗର ଯାଞ୍ଚ

ଭୁବନେଶ୍ୱର: ମୁମ୍ବାଇରେ ସପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କ ପ୍ରାଣହାନୀ ଘଟିବା ପରେ ଆଜି ଭୁବନେଶ୍ୱରରେ ଥିବା ୧୦ଟି ସପିଂମଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି । ସପିଂ ମିଲ୍‌ର ଅଗ୍ନି ନିରୋଧକ ବ୍ୟବସ୍ଥା ଠିକ୍‌ ଅଛି କିମ୍ବା ନାହିଁ। ଅଗ୍ନିଶମ ସେବା କେନ୍ଦ୍ରରୁ କାଗଜପତ୍ର ସଂଗ୍ରହ ହୋଇଛି କିମ୍ବା ନାହିଁ ତାହା ତନଖି କରାଯାଇଛି।  ସପିଂ ମଲ୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ହେଲେ ଧନଜୀବନର ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସମ୍ପର୍କରେ ମଧ୍ୟ ଯାଞ୍ଚ ଚାଲିଛି।

ଅଗ୍ନିଶମ ବିଭାଗର ୧୦ଟି ଟିମ୍‌ ଆଜି ଯାଇ ଅଚାନକ ସପିଂ କମଲ ଗୁଡ଼ିକର ଅଗ୍ନିନିରୋଧକ ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ମାତ୍ର ୨ଟି ସପିଂ ମଲ୍‌ର ଅଗ୍ନି ନିରୋଧକ ବ୍ୟବସ୍ଥା ଠିକ୍‌ ଥିବା ନେଇ ଲାଇସେନ୍ସ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe