କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡାସ୍ଥିତ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟରୁ ନିଆଁ ଲାଗି ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ମଦ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ସମୟରେ ଦୋକାନ ବନ୍ଦ ଥିବା ବେଳେ ସ୍ଥାନୀୟ ଲୋକେ ଉଭୟ ଦୋକାନ ମାଲିକ ଓ ସୋନପୁର ଦକକଳ ବାହିନୀକୁ ଖବର ଦେଇଥିଲେ। ଦୋକାନ ମାଲିକ ଆସି ଦୋକାନ ଖୋଲିଥିଲେ। ଦମକଳ ବାହିନୀ ଘଣ୍ଟାଏ କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।
ମଦ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମଦ ନଷ୍ଟ
Advertisment
Follow Us