ଦୟାନଦୀ ଶଯ୍ୟା ଖନନ ବେଳେ ଅଘଟଣ: ଡ୍ରୋଜର୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଲାଗିଲା

Advertisment
ଦୟାନଦୀ ଶଯ୍ୟା ଖନନ ବେଳେ ଅଘଟଣ: ଡ୍ରୋଜର୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଲାଗିଲା

କଣାସ/ଗଡ଼ିଶାଗୋଦା : ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ଦୟା ନଦୀ ଶଯ୍ୟା ଖନନ ବେଳେ ରବିବାର ଦିନ ଏକ ଅଘଟଣ ଘଟିଥିଲା। ଖନନ କାର୍ଯ୍ୟରେ ନିୟୋଜିତ ଏକ ଡ୍ରୋଜର୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଲାଗିଯାଇଥିଲା। ତେବେ, ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଚେଷ୍ଟା କରିବାପରେ ନିଆଁକୁ ଲିଭାଇଛନ୍ତି।

ସୂଚନା ଅନୁସାରେ, ଏହି ଡ୍ରୋଜର୍‌ ଏକ ପୁରୁଣା ମେସିନ୍‌। ଏହାର କଛି ଅଂଶ ଖରାପ ଥିବାରୁ ଗ୍ୟାସ୍‌ ୱେଲ୍ଡିଂ ମାଧ୍ୟମରେ ତାହାକୁ ନଦୀ କୂଳକୁ ଆଣି ମରାମତି କରାଯାଉଥିଲା। ଠିକ୍‌ ଏହି ସମୟରେ ଡ୍ରୋଜର୍‌ର ଡିଜେଲ ଟାଙ୍କିରେ ନିଆଁ ଲାଗିଯାଇଥିଲା। ସେଥିରେ ଆଉ ଏକ ଡିଜେଲ ଜେନେରେଟର ମଧ୍ୟ ପୋଡ଼ି ଯାଇଥିଲା। ଟାଙ୍କିରେ ପ୍ରାୟ ୮ ହଜାର ଲିଟର ଡିଜେଲ ଥିଲା। ଯଦି ଟାଙ୍କି ଫାଟିଥାନ୍ତା, ତା’ହେଲେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥାନ୍ତା। ମାତ୍ର, ଘଟଣାଟା ନଦୀ ଭିତରେ ଘଟିଥିବାରୁ ଗ୍ରାମବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୌଭାଗ୍ୟକୁ ଏଥିରେ ମଧ୍ୟ କୌଣସି ଶ୍ରମିକଙ୍କର କ୍ଷତି ହୋଇନାହିଁ। କିନ୍ତୁ, ଅଘଟଣ ପରେ ଶ୍ରମିକ ଓ କାର୍ଯ୍ୟ କରୁଥିବା ଅଧିକାରୀମାନେ ସେହି ଜାଗା ଛାଡ଼ି ଚାଲିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe