ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀ ନିୟୋଜିତ

ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀ ନିୟୋଜିତ

କଟକ: ଜଗତପୁର ଶିଳ୍ପାଂଚଳର ଏକ ଅଗରବତୀ କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ ପରିମାଣର ଧୂପକାଠି ଓ କଞ୍ଚା ମାଲ୍‌ ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛି। କାରଖାନା ଭିତରେ କିଛି କେମିକାଲ ସଂପର୍କରେ ନିଆଁ ଆସିବା ଯୋଗୁଁ ଏହାକୁ ଆୟତ କରିବା କଷ୍ଟ ହେଉଛି। ସବୁଠାରୁ ଖୁସିର କଥା ହେଲା ଯେ, ଅଗ୍ନିକାଣ୍ଡ ଯୋଗୁଁ କୌଣସି ଶ୍ରମିକ ଅଥବା କର୍ମଚାରୀ ଆହତ ହୋଇ ନାହାନ୍ତି। କାରଖାନାରେ ନିଆଁ ଲାଗିବା ମାତ୍ରେ ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ଆସି ଯାଇଥିଲେ।

publive-image

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଜଗତପୁର ଅଂଚଳରେ ଥିବା ଏକ ଘରୋଇ ଅଗରବତୀ କାରଖାନାରେ ନିଆଁ ଲାଗିଥିଲା। ରବିବାର ଥିଲେ ବି କାରଖାନାରେ ଶ୍ରମିକ ଓ କର୍ମଚାରୀମାନେ କାମ କରୁଥିଲେ। ହଠାତ୍‌ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସୂଚନା ପାଇଁ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଘଟଣାସ୍ଥଳରେ ପହଂଚିଛି। ନିଆଁର ମାତ୍ରା ଭୟଙ୍କର ଥିଲା। ନିଆଁ ଲିଭା କାର୍ଯ୍ୟ ଜାରି ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅନ୍ୟପଟରେ କାରଖାନାର କେତେ କ୍ଷୟକ୍ଷତି ହୋଇଛି, ଏହାର ଆକଳନ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe