ପାହାଡ଼ରେ ଲାଗିଲା ନିଆଁ: ଶିକାରୀଙ୍କ ସଂପୃକ୍ତି ଥିବା ସନ୍ଦେହ

ବାଲେଶ୍ବର ଜିଲ୍ଲା ‌ସୋର ବ୍ଲକ ଅଧୀନ ଔପଦା ରେଞ୍ଜ ଅନ୍ତର୍ଗତ ଦେବଗିରି ପାହାଡ଼ରେ ନିଆଁ ଲାଗି ୩ ଏକରରୁ ଅଧିକ ଜଙ୍ଗଲ ପୋଡିଯାଇଥିବା ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁରେ ସ୍ଥାନୀୟ ଲୋକେ ହାହାକାର ହେଉଛନ୍ତି।

soro fire

soro fire Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ‌ସୋର ବ୍ଲକ ଅଧୀନ ଔପଦା ରେଞ୍ଜ ଅନ୍ତର୍ଗତ ଦେବଗିରି ପାହାଡ଼ରେ ନିଆଁ ଲାଗି ୩ ଏକରରୁ ଅଧିକ ଜଙ୍ଗଲ ପୋଡିଯାଇଥିବା ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁରେ ସ୍ଥାନୀୟ ଲୋକେ ହାହାକାର ହେଉଥିବା ବେଳେ ଜଙ୍ଗଲ ଜନ୍ତୁଙ୍କ ଜୀବନ ଏବେ ବିପଦରେ।

ଆଜି ମଧ୍ୟାହ୍ନରେ ଔପଡ଼ା ରେଞ୍ଜ ଅଧିନ ବାଘୁଆମ୍ପୁଡା ବିଟ ଅନ୍ତର୍ଗତ ଦେବଗିରି ପାହାଡ଼ର ମଧ୍ୟଭାଗରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। 

ସ୍ଥାନୀୟ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୩ ଏକରରୁ ଅଧିକ ଜଙ୍ଗଲ ପୋଡି ଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ିନଥିବା ବେଳେ ଜଙ୍ଗଲକୁ ଯାଉଥିବା ଶିକାରୀମାନେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।

 Fire | Forest 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe