ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ

Advertisment
ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ପୁଣି ଅଗ୍ନିକାଣ୍ଡ ଦେଖାଯାଇଛି। କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ବିସ୍ଫୋରଣ ହୋଇଛି। ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ବେଳକୁ ‌ମୃତାହତ ଖବର ନାହିଁ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟା ୩୦ରେ କାରଖାନାର ୟୁନିଟ-୧୨ସ୍ଥିତ ମାଗଜିନ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ମିଳିବା ପରେ ଗୋଲାବାରୁଦ କାରଖାନା ପରିସରରେ ଥିବା ଦମକଳବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ। କାରଖାନାର ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହିଁ।

ତେବେ ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ଜଣାପଡ଼ିନାହିଁ। ସୁରକ୍ଷା ବିଭାଗ କର୍ମକର୍ତ୍ତା ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ ଦାସ ଘଟଣାସ୍ଥଳରେ ପହଂଚିଛନ୍ତି। ସୂଚନାଯୋଗ୍ୟ, ଗୋଲାବାରୁଦ କାରଖାନାରେ କିଛି ବର୍ଷ ପୂର୍ବରୁ ଅଗ୍ନିକାଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe