ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅନ୍ତର୍ଗତ ସାନ କୋଇଲାରି ଗ୍ରାମ ର ଚାଷୀ ଚନ୍ଦ୍ର ମାଝୀଙ୍କ ଦେଢ ଏକର ଜମିରୁ ସଂଗୃହୀତ ଧାନଗଦାରେ ଆଜି ଅପରାହ୍ଣ ସମୟରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଧାନଗଦାର ନିଆ ଲିଭାଇଆବାକୁ ଯାଇଥିଲେ ସୁଦ୍ଧା ସଂପୂର୍ଣ୍ଣ ଧାନ ଗଦା ପୋଡି ପାଉଁଶ ହୋଇଯାଇଥିଲା।
ସାନକୋଇଲାରି ଗ୍ରାମର ଚାଷୀ ଚନ୍ଦ୍ର ମାଝୀ ନିଜ ଦେଢ ଏକର ଜମିରେ କରିଥିବା ଧାନ ଚାଷ ଅମଳ ପରେ ଘର ନିକଟ ଜମିରେ ଗଦା କରି ରଖିଥିଲେ। ଆଜି ଦିନ ୧ଟାରେ ଚାଷୀ ଚନ୍ଦ୍ର ମାଝୀ ନିଜ ଘରେ ଥିବା ସମୟରେ ଧାନଗଦାରେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଆସି ଦେଖିବା ବେଳକୁ ଧାନ ଗଦାରେ ହୁତୁହୁତୁ ହୋଇ ନିଆଁ ଲାଗୁଛି। ତୁରନ୍ତ ସେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କେନ୍ଦ୍ରର ଯାନ ଖରାପ ଯୋଗୁ ପାପଡାହାଣ୍ଡି ଅଗ୍ନିଶମ କେନ୍ଦ୍ରର ଯାନ ଆସି ଧାନଗଦାର ନିଆଁକୁ ଆୟତ୍ତ କରିଥିଲେ।
ଚନ୍ଦ୍ର ମାଝୀ ନିଜ ଘରେ ଥିବା ସମୟରେ ଧାନଗଦାରେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଆସି ଦେଖିବା ବେଳକୁ ଧାନ ଗଦାରେ ହୁତୁହୁତୁ ହୋଇ ନିଆଁ ଲାଗୁଛି। ତୁରନ୍ତ ସେ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ।
ତେବେ ଖବର ଦେବାର ଦେଢ ଘଣ୍ଟା ବିଳମ୍ବ ଘଟି ଦମକଳ ଗାଡି ପାପଡାହାଣ୍ଡିରୁ ଆସିବାରୁ ଚାଷୀଙ୍କ ଧାନ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା। ବର୍ଷ ତମାମ ସଞ୍ଚୟ କରି ରଖିଥିବା ଅର୍ଥ ଧାନ ଜମିରେ ଲଗାଇ ଅମଳ ପରେ ଅର୍ଥ ପାଇବାକୁ ଆଶା ରଖିଥିବା ଚାଷୀ ଚନ୍ଦ୍ର ମାଝୀ ସର୍ବହରା ହୋଇ ପଡିଛନ୍ତି। ପ୍ରଶାସନ ତରଫରୁ ଚାଷୀ ଚନ୍ଦ୍ର ମାଝୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।
Follow Us