ପୁରୀରେ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ; ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ଅଣନିଶ୍ୱାସୀ ଅବସ୍ଥାରେ ଉଦ୍ଧାର

Advertisment

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀର ନିଆଁଲିଭା ଜାରି

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀର ନିଆଁଲିଭା ଜାରି

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କ‌ମ୍ପ୍ଲେକ୍ସରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନକୁ କ୍ଷତି ପହଞ୍ଚାଇଛି। ନିଆଁର ସଂସ୍ପର୍ଶରେ ଆସି ଅଣନିଶ୍ବାସୀ ହୋଇଛନ୍ତି ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ। ସେମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

publive-image

ସୂଚନା ଅନୁସାରେ, ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବଡଦାଣ୍ଡ ପାର୍ଶ୍ବରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା। ଅଳ୍ପ ସମୟ ମଧ୍ୟରେ ଏହା ଭୟଙ୍କର ରୂପ ନେଇଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ ନିଆଁ ସଂପୂର୍ଣ୍ଣ ରୂପେ ଆୟତ୍ତ ହୋଇପାରି ନାହିଁ।

publive-image

ସୂଚନାଯୋଗ୍ୟ, ବଡ଼ଦାଣ୍ଡ ପାର୍ଶ୍ବରେ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଥିବାରୁ ଏଠାରେ ଶତାଧିକ ଦୋକାନ ରହିଛି। ସାଧାରଣ ଦୋକାନ ସମେତ ଏଠାରେ ହୋଟେଲ ଓ ସୁନା ଦୋକାନ ମଧ୍ୟ ରହିଛି। ପୁରୀ ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ବହୁଗୁଡ଼ିଏ ଦୋକାନ ରହିଥିବାରୁ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଏଠାରେ ଅଧିକ। ତେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe