Image Courtesy of India Today
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ରାଜ୍ୟ ପାନୀୟ ନିଗମ ଗୋଦାମ ପରିସରରେ ଦୁଇଟି ବିୟର ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡ ପଛରେ ବିରାଟ ଷଡଯନ୍ତ୍ର ଥିବାନେଇ ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଖୋର୍ଧାରୁ ଗତକାଲି ଶନିବାର ଦିନ ଓଡ଼ି-୧୯-ଏଲ-୫୬୫୭ ଓ ଓଡ଼ି-୦୪-ଟି-୬୦୩୦ ନମ୍ବର ଦୁଇ ଟ୍ରକରେ ବିୟର ବୋଝେଇ ହୋଇ ଗୋଦାମକୁ ଆସିଥିଲା। ରବିବାର ଛୁଟି ଦିନ ଥିବାରୁ ଟ୍ରକରୁ ଗୋଦାମକୁ ଖାଲି ହୋଇପାରିନଥିଲା। ଗୋଦାମ ପରିସରରେ ଦୁଇଟ୍ରକ ଛିଡା ହୋଇଥିଲା ବେଳେ ଆଜି ଦିନ ସାଢେ ବାରଟା ବେଳେ ଦୁଇଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା। ଖବରପାଇ ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଦୁଇଘଣ୍ଟାର ଉଦ୍ୟମ କରି ନିଆଁକୁ ଲିଭେଇଥିଲେ। ଟ୍ରକ ନିକଟରେ ରୋଷେଇ ନିଆଁରୁ ଦୁଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବାର କୁହାଯାଉଛି।
Follow Us