ଭୁବନେଶ୍ୱର: ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ପାର୍ବଣ ମାସରେ ବାଣ ବିକ୍ରି ହୋଇପାରିବ ନାହିଁ।
ସୂଚନାଯୋଗ୍ୟ, ଦଶହରା ଓ ଦୀପାବଳି ସମୟରେ ଲୋକେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି। ଦଶହରା ଦିନ ଦୁର୍ଗାପୂଜାର ଆୟୋଜକ କମିଟି ମାନେ ରାବଣର କୁଶପୁତ୍ତଳିକା ଦାହ ସମୟରେ ବାଣ ଫୁଟାଇଥାନ୍ତି। ଆଲୋକର ପର୍ବ ‘ଦୀପାବଳି’ରେ ଲୋକେ ଘରେ ଘରେ ଦୀପ ଜାଳିବା ସହିତ ବାଣ ଫୁଟାଇଥାନ୍ତି। ଆସନ୍ତା ଅକ୍ଟୋବର ୭ ତାରିଖ ଠାରୁ ନବରାତ୍ରୀ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୪ ତାରିଖରେ ଶେଷ ହେବ। ଅକ୍ଟୋବର ୧୫ ତାରିଖରେ ଦଶହରା ପର୍ବ ପାଳନ ହେବ। ସେହିଭଳି ନଭେମ୍ବର ୪ ତାରିଖରେ ଦୀପାବଳି ପାଳନ ହେବ।
The Indian Expressକୋଭିଡ-୧୯ ଗାଇଡଲାଇନ ନେଇ ସୂଚନା ଦେବା ଅବସରରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଅନୁରୋଧ କରି ପରାମର୍ଶ ଦେଇଛନ୍ତି ଯେ, ପାର୍ବଣ ଋତୁରେ ସମସ୍ତେ ନିରାଡମ୍ବର ଭାବେ କୋଭିଡ ନିୟମ ପାଳନ କରିବା। ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ କୋଭିଡ-୧୯ ସଂକ୍ରମିତ ହାର ହ୍ରାସ କରିପାରିବା। ସେହିଭଳି କୋଭିଡର ୩ୟ ଲହରକୁ ନିୟନ୍ତ୍ରିତ କରିପାରିବ। ହରିଦ୍ୱାରରେ କୁମ୍ଭମେଳା ଓ କେରଳରେ ଓନାମ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ଥର ନିବେଦନ କରିଛନ୍ତି ଯେ, ପାର୍ବଣରେ ସତର୍କ ରହିବା। ଘର ଭିତରେ ପାଳନ କରିବା, ବାହାରେ ଭିଡ କରିବା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।
Follow Us