ବାହାଘର ବାଣ ନିଃସ୍ବ କରିଦେଲା, ଜଳିଗଲା ୩ ବଖରା

Advertisment
ବାହାଘର ବାଣ ନିଃସ୍ବ କରିଦେଲା, ଜଳିଗଲା ୩ ବଖରା

ବୌଦ୍ଧ: ବୌଦ୍ଧ ଥାନା ବଢ଼ିଗାଁରେ ବାହାଘର ବରଯାତ୍ରୀଙ୍କ ବାଣ ନିଆଁରେ ଜଣଙ୍କର ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବୁଧବାର ମଧ୍ୟାହ୍ନରେ ଏକ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିବା ବେଳେ ବାଣରୁ ନିଆଁ ଛିଟିକି ମକରଧ୍ବଜ ଜେନାଙ୍କ ଚାଳ ଘର ଛପରରେ ପଡ଼ିଥିଲା। ଦେଖୁ ଦେଖୁ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଗାଁ ଲୋକେ ନିଆଁ ଲିଭାଇବା ଉଦ୍ୟମ ଆରମ୍ଭ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବୌଦ୍ଧ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ମକରଧ୍ବଜଙ୍କ ତିନି ବଖରା ଘରେ ଥିବା ସମସ୍ତ ଆସବାବପତ୍ର, ଖାଦ୍ୟ ସାମଗ୍ରୀ ପାଉଁଶ ହୋଇ ସାରିଥିଲା। କେବଳ କଂସାବାସନ ଓ ଏକ ଫ୍ୟାନକୁ ଉଦ୍ଧାର କରି ପାରିଥିଲେ। ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ଗ୍ରାମବାସୀ ବରଯାତ୍ରୀଙ୍କୁ କିଛି ସମୟ ଅଟକ ରଖି ପରେ ଛାଡ଼ି ଦେଇଥିଲେ। ଅଗ୍ନି ବିପନ୍ନ ପରିବାରକୁ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe