ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି: ୧୦ ଜିଲ୍ଲାରେ ପହଞ୍ଚିଲେ ୧୨୫ ଟିମ୍‌

Advertisment

ନରାଜରେ ସଜାଗ ୪୭ ଟିମ୍‌, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌

ନରାଜରେ ସଜାଗ ୪୭ ଟିମ୍‌, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌

ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି: ୧୦ ଜିଲ୍ଲାରେ ପହଞ୍ଚିଲେ ୧୨୫ ଟିମ୍‌

Interview Times

କଟକ : ସମ୍ଭାବ୍ୟ ବାତ୍ୟା ‘ଜଵାଦ’ ପାଇଁ ହାଇଆଲର୍ଟ ଜାରି କରିଛି ଅଗ୍ନିଶମ ବିଭାଗ। ଅଗ୍ନିଶମ ବିଭାଗ ପକ୍ଷରୁ ମୋଟ ୧୨୫ଟି ଟିମ୍‌କୁ ୧୦ଟି ବାତ୍ୟା ପ୍ରଭାବିତ ଜିଲ୍ଲାକୁ ଆଜି ପଠାଇ ଦିଆଯାଇଛି। ଆହୁରି ୪୭ଟି ଟିମ୍‌ ନରାଜରେ ସଜାଗ ରଖାଯାଇଛି। ଅଧିକ ପ୍ରଭାବିତ ଜିଲ୍ଲାକୁ ଏହି ଟିମ୍‌କୁ ପଠାଯିବାକୁ ବ୍ୟବସ୍ଥା କରାଯାଇଛି। ଏହାସହିତ ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସେମାନେ ଛୁଟି ନେଇପାରିବେ ନାହିଁ ବୋଲି ଅଗ୍ନିଶମ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ଦକ୍ଷିଣ ଥାଇଲାଣ୍ତ-ପାର୍ଶ୍ବବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବାକୁ ଯାଉଛି। ଆସନ୍ତା ୩ ତାରିଖ ସକାଳେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ମୁଖ୍ୟତଃ ଗଞ୍ଜାମ, ଗଜପତି, ଖୋର୍ଧା, ପୁରୀ, କଟକ, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଜିଲ୍ଲା ଏଥିରେ ପ୍ରଭାବିତ ହେବାକୁ ଥିବାରୁ ଏହି ଜିଲ୍ଲାକୁ ଆଜି କଟକ ଅଗ୍ନିଶମ ମୁଖ୍ୟାଳୟ ପକ୍ଷରୁ ୧୨୫ଟି ଟିମ୍‌ ପଠାଇ ଦିଆଯାଇଛି। ପ୍ରତି ଟିମ୍‌ରେ ୬ ଜଣ ଲେଖାଏ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ମୋଟ ୧୦ ଜଣ ଡେପୁଟି ଫାୟାର ଅଫିସର ଓ ଫାୟାର ଅଫିସର ପାହ୍ୟାର ଅଧିକାରୀଙ୍କୁ ଏହି ଟିମ୍‌ରେ ନିୟୋଜିତ କରାଯାଉଛି। ପ୍ରତି ଜିଲ୍ଲା ଦାୟିତ୍ବରେ ଜଣେ ଅଫିସର ରହିବେ। ପ୍ରତି ଜିଲ୍ଲା ଅଗ୍ନିଶମ କେନ୍ଦ୍ରରେ କଟର‌୍‌, ଟାଵାର‌୍‌ ଲାଇଟ, ବୋଟ୍‌ ଥିବା ବେଳେ କେବଳ ନରାଜର ସଜାଗ ଥିବା ପ୍ରତି ଟିମ ପାଇଁ ୪ଟି କଟର‌୍‌, ୨ଟି ଟାଵାର ଲାଇଟ୍‌, ଦଉଡ଼ି, ସର୍ଚ୍ଚ ଲାଇଟ୍‌, ଗୋଟିଏ ବୋଟ୍‌, କମ୍ବି˚ ଟୁଲ, ଲାଇଫ୍‌ ଜ୍ୟାକେଟ୍‌ ଇତ୍ୟାଦି ଯୋଗାଇ ଦିଆଯାଇଛି। ପାଣିପାଗ ବିଭାଗର ପ୍ରତି ମୁହୂର୍ତ୍ତରେ ଆସୁଥିବା ସୂଚନାକୁ ଅଗ୍ନିଶମ ବିଭାଗ ଅନୁଧ୍ୟାନ କରୁଛି। ଯେଉଁ ସ୍ଥାନରେ ଅଧିକ ଗଛ ଉପୁଡ଼ିବ କିମ୍ବା ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଖବର ଆସିବ, ସେହି ସ୍ଥାନକୁ ନରାଜରେ ଥିବା ଟିମ୍‌ ପଠାଯିବାକୁ ଅଗ୍ନିଶମ ବିଭାଗ ନିଷ୍ପତ୍ତି ନେଇଛି।

ଅନ୍ୟପଟେ ମୁଣ୍ଡଳୀସ୍ଥିତ ଏନଡିଆରଏଫ୍‌ ପକ୍ଷରୁ ୧୭ଟି ଟିମ୍‌ ପ୍ରସ୍ତୁତ କରାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମକୁ ୩ଟି, ଗଜପତିକୁ ଗୋଟିଏ, ପୁରୀକୁ ଗୋଟିଏ, ଭଦ୍ରକକୁ ଗୋଟିଏ କରି ମୋଟ ୬ଟି ଟିମ୍‌ ପଠାଯାଇଛି। ଆସନ୍ତାକାଲି ୫ଟି ଟିମ୍‌ ଜଗତସି˚ହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାକୁ ପଠାଯିବ। ଅବଶିଷ୍ଟ ୬ଟିମ୍‌ ମୁଣ୍ତୁଳିରେ ସଜାଗ ରହିବ। ଅଧିକ ପ୍ରଭାବିତ ଜିଲ୍ଲାରେ ଏହି ଟିମ୍‌ ଯେଭଳି ତୁରନ୍ତ ପହଞ୍ଚି ପାରିବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ କଟକ, ଭୁବନେଶ୍ବର, ପୁରୀ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe