ସମ୍ଭାବ୍ୟ ବନ୍ୟା ପାଇଁ ଅଗ୍ନିଶମ ବିଭାଗ ସଜାଗ

ଛୁଟି ବାତିଲ; ୧୫ ସମ୍ବେଦନଶୀଳ ଅଞ୍ଚଳ ଦାୟିତ୍ବରେ ଅଧିକାରୀ

ଅଗ୍ନିଶମ ସେବା ଏବେ ‘ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା’

Twitter

କଟକ : ରାଜ୍ୟରେ ସମ୍ଭାବ୍ୟ ବନ୍ୟା ଏବଂ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ହାଇ ଆଲର୍ଟ ଜାରି କରିଛି। ରାଜ୍ୟର ୧୫ଟି ସମ୍ବେଦନଶୀଳ ଅଞ୍ଚଳ ଦାୟିତ୍ବରେ ସ୍ବତନ୍ତ୍ର ଭାବେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବା ସହିତ ଜଳବନ୍ଦି ଅଞ୍ଚଳ ଉପରେ ନଜର ରଖିବେ। ଯେଭଳି କୌଣସି ଧନଜୀବନ ପ୍ରଭାବିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଅଗ୍ନିଶମ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଏଫଓଙ୍କୁ ବୌଦ୍ଧ ଜିଲ୍ଲା, ସମ୍ବଲପୁର ଏଫଓଙ୍କୁ ଉତ୍ତରାଞ୍ଚଳ ଦାୟିତ୍ବ, ଓଏଫଡିଆରର ଏଫଓଙ୍କୁ ଭୁବନେଶ୍ବର ସହର, କଟକ ଏଫଓଙ୍କୁ କଟକ ସହର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଦାୟିତ୍ବ, ଓସ୍ବାଲିର ଏଫଓଙ୍କୁ ପୁରୀ ଜିଲ୍ଲା, କଳାହାଣ୍ଡି ଡିଏଫଓ ଓ ବ୍ରହ୍ମପୁର ଏଏଫଓଙ୍କୁ ଗଞ୍ଜାମ ଜିଲ୍ଲା, ବାଲେଶ୍ବର ଡିଏଫଓଙ୍କୁ ବାଲେଶ୍ବର ଜିଲ୍ଲା, ଗଜପତି ଏଏଫଓଙ୍କୁ ଗଜପତି ଜିଲ୍ଲା, ଫୁଲବାଣୀ ଏଏଫଓଙ୍କୁ ଫୁଲବାଣୀ ଜିଲ୍ଲା, ନୟାଗଡ଼ ଏଏଫଓଙ୍କୁ ନୟାଗଡ଼ ଜିଲ୍ଲା, ଖୋର୍ଧା ଏଏଫଓଙ୍କୁ ଖୋର୍ଧା ସବ-ଡିଭିଜନ, ଯାଜପୁର ଏଏଫଓଙ୍କୁ ଯାଜପୁର ଜିଲ୍ଲା, ଭଦ୍ରକ ଏଏଫଓଙ୍କୁ ଭଦ୍ରକ ଜିଲ୍ଲା, ଆଠଗଡ଼ ଏଏଫଓଙ୍କୁ ଆଠଗଡ଼ ସବଡିଭିଜନ, ବାରିପଦା ଏଏଫଓଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ବ ଦିଆଯାଇଛି। କୌଣସି ଜରୁରୀ ପରିସ୍ଥିତି ନହେଲେ ଅଧିକାରୀଙ୍କୁ ଛୁଟି ମିଳିବ ନାହିଁ। ଏ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe