english.newsnationtv.com ( Representational Pic)
ଭଂଜନଗର/ଫୁଲବାଣୀ: ଗଂଜାମ ଓ କନ୍ଧମାଳ ସୀମାରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ସୂଚନା ମଳିଛି। ଗଂଜାମ ସୀମା ଓ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଂଚଳରେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି। କିଛି ଦିନ ଧରି ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗତ ତିନି ଦିନ ଧରି ଅପରେସନ୍ ଆରମ୍ଭ ହୋଇଥିଲା। ଗଞ୍ଜାମ ଓ କନ୍ଧମାଳ ପୁଲିସର ସହ ଏସଓଜି ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଆଜି ଭୋର ସମୟରେ ହଠାତ୍ ମାଓବାଦୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ମାଓବାଦୀମାନେ ପୁଲିସ ଉପରକୁ ଗୁଳି କରିଥିଲେ। ଏହାପରେ ପୁଲିସ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା । ଏହି ଗୁଳି ବିନିମୟ ରଣବା ଓ ବାଇବାଲି ଇଲାକାରେ ହୋଇଥିବା ସୂଚନା ମିଳିଛି। ଗୁଳି ବିନିମୟ ହୋଇଥିବା ନେଇ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍ର ଅପରେସନ ଜାରି ରହିଛି।
Follow Us