ଜଙ୍ଗଲରେ ଯବାନ ଓ ମାଓବାଦୀ ଗୁଳିବିନିମୟ: ଛତ୍ରଭଙ୍ଗ ଦେଲେ ନକ୍ସଲ

ସାଧାରଣ ଜୀବନ ବିତାଉଥିବା ମହିଳା ନକ୍ସଲକୁ ଗିରଫ କରିଛି ପୁଲିସ: ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ଛୋଟେକେୱାଲ ଜଙ୍ଗଲରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୪ରୁ୬ ଜଣ ମାଓବାଦୀ ମୃତବରଣ କିମ୍ବା ଆହତ ହୋଇଥିବା ନେଇ ପୁଲିସ ଦାବି କରିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମୃତଦେହ ମିଳିନଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏନେଇ ସୁକୁମା ଜିଲ୍ଲାରେ ମାଓବାଦୀମାନେ ବିଭିନ୍ନ ଆଭ୍ୟନ୍ତରୀଣ ଗ୍ରାମରେ ପାଳନ କରିବାରେ ଲାଗିଛନ୍ତି। ଏହି ସମୟରେ ମାଓବାଦୀ ସଂଗଠନର ବିଭାଗୀୟ କମିଟି ସଦସ୍ୟ ରାଜୁ ଓ କ୍ଷେତ୍ର କମିଟିର ୮ ନମ୍ବର ପ୍ଲାଟୁନ ଇନଚାର୍ଜ ମାସା କିଷ୍ଟାରାମ ଚିନ୍ତାଗୁଫା ଥାନା ଅନ୍ତର୍ଗତ ଛୋଟେକେୱାଲ ଜଙ୍ଗଲରେ ରହିଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା।

ରବିବାର ସକାଳୁ ଯବାନମାନେ ସେହି ଜଙ୍ଗଲ ଅଭିମୁଖେ ବାହାରିପଡିଥିଲେ। ଯବାନମାନେ ଆସିବାର ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ୧ ଘଣ୍ଟାରୁ ଅଧିକ ସମୟ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିବା ଥିବା ବେଳେ ଯବାନମାନେ ସେଠାରେ ଖୋଜାଖୋଜି କରିଥିଲେ। କେତେକ ସ୍ଥାନରେ ରକ୍ତାକ୍ତ ଦେଖି ୪ରୁ ୬ ଜଣ ମାଓବାଦୀ ମୃତ୍ୟୁବରଣ କିମ୍ବା ଗଭୀର ଆହତ ହୋଇଥିବା ନେଇ ଦାବି କରିଛନ୍ତି। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଯବାନମାନେ ଫେରିବା ପରେ ଘଟଣା ବିଷୟରେ ଜଣାପଡିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe