ହାତିବାରୀ ଜଙ୍ଗଲରେ ଗୁଳି ବିନିମୟ: ମାଓବାଦୀ ଶିବିର ନଷ୍ଟ କଲା ପୁଲିସ

Advertisment
ହାତିବାରୀ ଜଙ୍ଗଲରେ ଗୁଳି ବିନିମୟ: ମାଓବାଦୀ ଶିବିର ନଷ୍ଟ କଲା ପୁଲିସ

କୋରାପୁଟ/ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହାତିବାରୀ ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ମାଓବାଦୀମାନେ ଖସି ଯାଇଥିଲାବେଳେ ମାଓ କ୍ୟାମ୍ପକୁ ପୁଲିସ ନଷ୍ଟ କରିଦେଇଛି।

ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ହାତିବାରୀ ପଞ୍ଚାୟତର ବେତବାରୀ ଜଙ୍ଗଲରେ କିଛି ମାଓବାଦୀ ଏକାଠି ହୋଇଥିବା ଖବର ପାଇଥିଲା ପୁଲିସ। ପରେ ଆରମ୍ଭ କରିଥିଲା ଅପରେସନ। ଏସଓଜି ଓ ଡିଭିଏଫ ଟିମ ମିଳିତ ଭାବେ ଜଙ୍ଗଲ‌ରେ କମ୍ବିଂ କରୁଥିବା ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ ଆରମ୍ଭ କରି ଦେଇଥିଲେ। ପୁଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗୁଳି ବିନିମୟ ଚାଲିଥିଲା। ପୁଲିସର ପ୍ରତି ଆକ୍ରମଣ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ଆଜି ସକାଳ ପର୍ଯ୍ୟନ୍ତ ପୁଲିସ ଜଙ୍ଗଲରେ ସର୍ଚ ଅପରେସନ ଚଳାଇଥିଲା। ତେବେ ଏହି ଗୁଳି ବିନିମୟରେ କେହି ମୃତାହତ ହୋଇ ନ ଥିବା ଖବର ମିଳିଛି। ମାଓବାଦୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ପୁଲିସ ମାଓ ଶିବିରକୁ ନଷ୍ଟ କରି ଦେଇଛି। ତେବେ ଏହି ମାଓବାଦୀ ଟି‌ମରେ କେତେ ଜଣ ଥିଲେ ଏବଂ କିଏ ରହିଥିଲେ ତାହାର କିଛି ଠୋସ ସୂଚନା ମିଳି ପାରିନାହିଁ। ଏପଟେ ପୁଲିସ ଗୁଳି ବିନିମୟ ହୋଇଥିବା କହୁଥିଲେ ମଧ୍ୟ କ୍ଷୟକ୍ଷତି ନେଇ କୌଣସି ସୂଚନା ପ୍ରଦାନ କରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe