ଜଳିଗଲା କପଡ଼ା ଦୋକାନ, ୪୦ ଏଲ୍‌ଇଡି ଟିଭି ପାଉଁଶ

Advertisment
ଜଳିଗଲା କପଡ଼ା ଦୋକାନ, ୪୦ ଏଲ୍‌ଇଡି ଟିଭି ପାଉଁଶ

ଆଳି : ଆଳି ନୂଆବଜାରଠାରେ ଥିବା ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସମସ୍ତ ପୋଷାକପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଦୋକାନର ଷ୍ଟୋର୍‌ ରୁମ୍‌ରେ ରଖାଯାଇଥିବା ୪୦ଟି ଏଲ୍‌ଇଡି ଟିଭି ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ବିଦ୍ୟୁତ୍‌ ସର୍ଟସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଳି ନୂଆବଜାରରେ ରହିଛି ଗିରିବନ୍ଧ ଗ୍ରାମ ନିବାସୀ ରଞ୍ଜିତ ବେହେରାଙ୍କ ‘ନ୍ୟୁଟ୍ରେଣ୍ଡ  କ୍ଲଥ୍‌ ଷ୍ଟୋର। ରଞ୍ଜିତ ଦୋକାନ ପାଇଁ ସାମଗ୍ରୀ ଆଣିବାକୁ ଦୁଇ ଦିନ ହେଲା କୋଲକାତା ଯାଇଥିଲେ। କର୍ମଚାରୀମାନେ ଦୋକାନ ଖୋଲୁଥିଲେ। ଗତକାଲି ରାତିରେ କର୍ମଚାରୀମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ତେବେ ଆଜି ସକାଳୁ ଦୋକାନରେ ନିଆଁ ଲାଗିଥିବା ସ୍ଥାନୀୟ ବ୍ୟବସାୟୀମାନେ ଦେଖିବାକୁ ପାଇଥିଲେ। ଅଗ୍ନିଶମବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ଦୋକାନରେ ଥିବା ସମସ୍ତ ପୋଷାକ, ଶାଢ଼ୀ ଓ ଅନ୍ୟାନ୍ୟ କପଡ଼ା ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ଦୋକାନ କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଲିଭାଇବା ସମ୍ଭବ ହୋଇ ପାରିଥିଲା। ପାର୍ଶ୍ବରେ ଇଲେକ୍‌ଟ୍ରୋନିକ୍ସ ଦୋକାନ କରିଥିବା ବାଳକାଟି ଗ୍ରାମର ଚିନ୍ମୟ ରାଉତ କପଡ଼ା ଦୋକାନ ଷ୍ଟୋର୍‌ରୁମ୍‌ରେ ରଖିଥିବା ୪୦ଟି ଏଲ୍‌ଇଡି ଟିଭି ସମେତ ଅନ୍ୟାନ୍ୟ ସମାଗ୍ରୀ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe