ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ତ: ଅଳ୍ପକେ ବର୍ତ୍ତିଲେ ୧୨ଶିଶୁ

ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ତ: ଅଳ୍ପକେ ବର୍ତ୍ତିଲେ ୧୨ଶିଶୁ

ବାସୁଦେବପୁର : ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିଦେଇପୁର ମହାଳିକ ସାହିରେ ଆଜି ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ୍‌ ଲିକ୍‌ କାରଣରୁ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏହି ଅଗ୍ନିକାଣ୍ତରେ କେନ୍ଦ୍ରଟି ଜଳିପୋଡି ଛାରଖାର ହୋଇଯାଇଥିବା ବେଳେ ପଢ଼ୁଥିବା ୧୨ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିଦେଇପୁର ମହାଳିକ ସାହି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଗାଁର ଏକ ଅସ୍ଥାୟୀ ଚାଳଛପର ଘର ଭଡା ନିଆଯାଇ ଗୋଟିଏ ପଟେ ପିଲାଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ଅନ୍ୟପାଖରେ ରୋଷେଇ ହେଉଥିଲା। କେନ୍ଦ୍ରର ସହାୟିକା ଗ୍ୟାସରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସର ପାଇପ୍‌ଟି ଜଳି ଉଠିଥିଲା। ନିଆଁ ଲାଗିଥିବା ଦେଖି କର୍ମୀ ଓ ସହାୟିକା ପିଲାମାନଙ୍କୁ ତୁରନ୍ତ ଘରୁ ବାହାରକୁ ନେଇ ଆସି ଗାଁଲୋକଙ୍କୁ ଡାକ ପକାଇଥିଲେ। ଚାହୁଁ ଚାହୁଁ ନିଆଁ ଚାଳ ଛପର ଘରର ଚାରି ଆଡକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ କୌଶଳ କରି କେନ୍ଦ୍ର ପରିସରରୁ ଗ୍ୟାସ ଟାଙ୍କିକୁ ବାହାରକୁ ନେଇ ଆସିଥିଲେ। ହେଲେ ନିଆଁର ପ୍ରକୋପରେ ଅଙ୍ଗନବାଡି କେନ୍ଦ୍ରର ଚାଳଛପର ଘର ସମେତ ଆସବାବପତ୍ର ଓ କାଗଜପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe