ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ

ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ

ତାଳଚେର: ଆଜି ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି। ସୂଚନା ମୁତାବକ, ଦୀର୍ଘ ଦୁଇ ବର୍ଷ ହେବ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରି ବନ୍ଦ ହୋଇ ପଡି ରହିଥିଲା। ଆଜି କୌଣସି କାରଣରୁ ହଠାତ ଫାକ୍ଟ୍ରି ପରିସରରେ ଅଗ୍ନିକାଣ୍ଡ ଘଟିଥିଲା। ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ଅଗ୍ନିଶମ ବିଭାଗକୁ ପ୍ରଥମେ ଖବର ଦେଇଥିଲେ। ପ୍ରଥମେ କଣିହାଁ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ପ୍ରାୟ ଅଧ ଘଣ୍ଟା ଚେଷ୍ଟା କରିବା ପରେ ବିଫଳ ହୋଇଥିବାରୁ ସଙ୍ଗେ ସଂଗେ ଅନୁଗୁଳ, ଏନଟିପିସି, ନାଲକୋ ସ୍ମେଲଟର, ସିଆଇଏସଏଫ ଅଗ୍ନିଶମ ବିଭାଗର ୨ ଟି ଦଳ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ପ୍ରାୟ ସାଢେ ପାଞ୍ଚ ଘଣ୍ଟା ପରିଶ୍ରମରେ ନିଆଁକୁ ଆୟତ କରିଥିଲେ।

ସୂଚନାଯୋଗ୍ୟ ବିନ୍ଦଲ ପ୍ଲାଣ୍ଟ ବନ୍ଦ ହୋଇ ରହିଥିବା ବେଳେ ଆଜି ଅଗ୍ନିକାଣ୍ଡ ହେବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହେବାର ମୁଖ୍ୟ କାରଣ ଦୁଇଟି ହୋଇଥାଇପରେ ଗୋଟିଏ ହେଉଛି ବିଦ୍ୟୁତ ସର୍ଟ ସର୍କିଟ ଏବଂ ଦ୍ୱିତୀୟଟି ହେଉଛି କେହି କର୍ମଚାରୀ ସିଗାରେଟ କିମ୍ବା ବିଡି ଘାଇ ପାକେଥିବାରୁ ଅଗ୍ନିକାଣ୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe