ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଗୋଦାମ ଗୃହ, ୨ ଜଣ ଅଣନିଃଶ୍ବାସୀ

Advertisment
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଗୋଦାମ ଗୃହ, ୨ ଜଣ ଅଣନିଃଶ୍ବାସୀ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମୋରଡା ଗାଁରେ ବୁଧବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ‌ଏହି ଗାଁରେ ଅଚାନକ ନିଆଁ ଲାଗିବାରୁ ହୁହୁ ହୋଇ ଗୋଦାମ ଗୃହ ଜଳିଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଗାଁର ୨ ଜଣ ଅଣନଃଶ୍ବାସୀ ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଜଣେ ଦୀପକ କୁମାର ପଲେଇ ଅଛନ୍ତି।

ସୂଚନା ଅନୁସାରେ ମୋରଡ଼ା ଗାଁର କୈଳାଶ ପଲେଇଙ୍କର ଗୋଦାମ ଗୃହରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଏହା ଚାରିଆଡକୁ ବ୍ୟାପିଥିଲା। ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଗାଁର ୨ ଜଣ ଲୋକ ଅଣନିଶ୍ବାସୀ ହୋଇଛନ୍ତି। ସମୋନଙ୍କୁ ଚିଲିକା ନୂଆପଡ଼ାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଦାମ ଗୃହରେ ଲକ୍ଷାଧିକ ଟଙ୍କାର ବେନାମି ଚିଙ୍କୁଡି ଖାଦ୍ୟ, କେମିକାଲ ସହ ବେନାମି ଚାଷ ଉପକରଣ ଥିବା ସୂଚନା। ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୋଦାମ ଘରୁ ଅଧିକ ଧୂଆ ବାହାରୁଥିବାରୁ ଅଣାୟତ ହେଲେଣି ଗାଁ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe