ଉତ୍କେଲା : କେସିଙ୍ଗା ବ୍ଲକ୍ ଉତ୍କେଲାରେ ଜାତୀୟ ରାଜପଥ ୨୬କୁ ଲାଗି ରହିଥିବା ଏକ ଜଳଖିଆ ଦୋକାନରେ ବୁଧବାର ଅପରାହ୍ଣରେ ନିଆଁ ଲାଗି ଜଳିଯାଇଛି। ଉତ୍କେଲା ଗ୍ରାମର ପୁରୁଣା ବିଦ୍ୟୁତ ଷ୍ଟ୍ରକ୍ଚରକୁ ଏହି ହୋଟେଲ ଟି ଲାଗିକି ରହିଥିଲା। ଖବର ପାଇ ଉତ୍କେଲା ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ କେସିଙ୍ଗା ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଦ୍ବାରା ଉତ୍କେଲାରେ କିଛି ସମୟ ପାଇଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ଦୋକାନ ମାଲିକ କୌଣସି କାରଣ ଯୋଗୁଁ ଆଜି ଦୋକାନକୁ ବନ୍ଦ କରିଥିଲେ। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us