ବୁର୍ଲା ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ

ବୁର୍ଲା ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର : ଗୁରୁବାର ରାତି ୧୦ଟା ବେଳେ ବୁର୍ଲା ବଡ଼ ଡାକ୍ତରଖାନା ପରିସର ଫିମେଲ୍ ମେଡିସିନ୍ ୱାର୍ଡ ସମ୍ମୁଖରେ ସର୍ଟ ସର୍କିଟ୍ ହୋଇ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ୱାର୍ଡ ବାହାରେ ଏହି ଅଗ୍ନିକାଣ୍ଡ ହୋଇଥିବାରୁ କାହାର କିଛି କ୍ଷତି ହୋଇ ନାହିଁ। କିନ୍ତୁ ଭୟାନକ ସ୍ପାର୍କିଂ ଓ ଲେଲିହାନ ଅଗ୍ନି ଶିଖା ଦେଖି ଡାକ୍ତରଖାନା ପରିସରରେ ଥିବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।

ଅଗ୍ନିକାଣ୍ଡ ଓ ସ୍ପାର୍କିଂ ବେଳେ ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍‌ସଫର୍ମର୍‌ରେ ଲାଗିଥିବା ଚିନାମାଟି କୁପରିବାହୀ ଗୁଡ଼ିକ ଫାଟି ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା ଓ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଡାକ୍ତରଖାନାରେ ବିଦ୍ୟୁତ୍ କେବୁଲ୍ ଗୁଡ଼ିକ ମୁକୁଳା ହୋଇ ପଡ଼ିଥିଲା। ଲଗାଣ ବର୍ଷାରେ ପାଣି ପଶି ସର୍ଟସର୍କିଟ୍ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe