ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍: ସମସ୍ତ ଯାତ୍ରୀ ସୁରକ୍ଷିତ

ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ଚଳନ୍ତା ବସ୍: ସମସ୍ତ ଯାତ୍ରୀ ସୁରକ୍ଷିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାକାର କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି।
ସୂଚନା ଅନୁଯାୟୀ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା।

ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ବସକୁ ଅଟକାଇବାକୁ କହିଥିଲେ। ଏହାପରେ ବସଟି ଅଟକିଥିଲା। ଏହାପରେ ସେଥିରୁ ସୁରକ୍ଷିତ ଭାବେ ସବୁ ଯାତ୍ରୀ ନିଜର ଜିନିଷପତ୍ର ସହିତ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା। ଏଣେ ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି। ତେବେ ବସରେ କିପରି ନିଆଁ ଲାଗିଥିଲା ତାହା ଜଣାପଡ଼ିନାହିଁ। ଏଣେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe