କୋଇଲା ବୋଝେଇ ମାଲଗାଡିରେ ନିଆଁ

କୋଇଲା ବୋଝେଇ ମାଲଗାଡିରେ ନିଆଁ

ରାଉରକେଲା: ବନ୍ଧମୁଣ୍ଡା ରେଳବାଇ ଏକ୍ସଚେଞ୍ଜ ଗାର୍ଡରେ ଛିଡା ହୋଇଥିବା ଏକ କୋଇଲା‌ ବୋଝେଇ ମାଲଗାଡ଼ିରେ ରବିବାର ନିଆଁ ଲାଗିଯାଇଛି। ତିନିଟି ୱାଗନ୍‌ରୁ ଧୂଆଁ ବାହାରୁଥିବା ଦେଖି କାର୍ଯ୍ୟରତ କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। କିଛି କର୍ମଚାରୀ ଏ ସଂକ୍ରାନ୍ତରେ ରାଉରକେଲା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ଗାଡି ପହଞ୍ଚି ତିନିଟି ୱାଗନ୍‌ରେ ଲାଗିଥିବା ନିଆଁକୁ ଲିଭାଇଥିଲେ। ଅଗ୍ନିଶମ ଗାଡ଼ି ଠିକ୍‌ ସମୟରେ ପହଞ୍ଚିଥିବାରୁ ଅନ୍ୟ ୱାଗନ୍‌ଗୁଡ଼ିକୁ ନିଆଁ ଦାଉରୁ ରକ୍ଷା କରାଯାଇପାରିଥିଲା।

ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ସୂଚନାଯୋଗ୍ୟ ଯେ, ଅନେକ ସମୟରେ କୋଇଲା ବୋଝେଇ ଟ୍ରେନଗୁଡିକରେ ନିଆଁ ଲାଗିଥାଏ। ଏଥି ସହିତ ଗଦା ହୋଇ ରହିଥିବା କୋଇଲାରେ ବି ନିଆଁ ଲାଗିଯାଇଥାଏ। କୋଇଲା ଗୋଟିଏ ଜାଗାରେ ମହଜୁଦ ହୋଇ ରହିଥିବାବେଳେ ସେଥିରେ ରସାୟନିକ ପ୍ରକ୍ରିୟା ଘଟିବା ଦ୍ବାରା ଏଭଳି ହୋଇଥାଏ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe